January 16, 2025

୪ ସାମ୍ବାଦିକଙ୍କ ସମେତ ୭ ଜଣ ସମ୍ବର୍ଦ୍ଧିତ

କଟକ,୨୮/୧୨: କନ୍ଦରପୁରସ୍ଥିତ ‘ସରସ୍ୱତୀ କଳା ପରିଷଦ’ର ୧୬ତମ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି। ତିନିଦିନିଆ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ୭ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସତ୍ୟବ୍ରତ ଦାଶ, ସନ୍ତୋଷ କୁମାର ପଣ୍ଡା, ଶ୍ରୀ ଗୋବିନ୍ଦ, ରାମକୃଷ୍ଣ ବାରିକ ପ୍ରମୁଖ ସାମ୍ବାଦିକଙ୍କ ସମେତ ସ୍ୱେଚ୍ଛାସେବୀ ଅନୁପମା ପଣ୍ଡା, ସ୍ତମ୍ଭକାର ଡି ଶୁଭମ୍ ଓ କୃତୀ ଶିକ୍ଷକ ପ୍ରସନଜିତ୍ ସାହୁଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

Six persons felicitated
Six persons felicitated

ଏହି ଭବ୍ୟ ଉତ୍ସବରେ ସମାଜସେବୀ ପ୍ରିନ୍ସ ନନ୍ଦ, ଲୋକପ୍ରତିନିଧି ଗୋକୁଳ ପ୍ରଧାନ ଓ ମାନସୀ ସାହୁ, କବି କାମଦେବ ସ୍ୱାଇଁ, ପୀତାମ୍ବର ମହାପାତ୍ର, ଖଗେଶ୍ୱର ମହାରଣା, ଦିବାକର ସାହୁ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀ ବକ୍ତୃତା, ସଂଗୀତ, ଚିତ୍ରାଙ୍କନ ଓ ନୃତ୍ୟ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସାମ୍ବାଦିକ ପ୍ରଭାତ ମଲ୍ଲିକ ଅତିଥି ପରିଚୟ ଓ ସମାଜସେବୀ ଚକ୍ରବର୍ତ୍ତୀ ଓତା ସ୍ୱାଗତୋକ୍ତି ଦେଇଥିବାବେଳେ ଅନୁଷ୍ଠାନର ସଭାପତି ପ୍ରତିଭା ଶତପଥୀ, ସମ୍ପାଦକ ଅଶୋକ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଇଂ. ସେବକ ଶ୍ରୀକାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ଆସନ୍ତା ଦୁଇଦିନ ଧରି ଅନୁରୂପ ପ୍ରତିଭା ଅନ୍ୱେଷଣ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Spread the love