
କଲମ୍ବୋ : ଗତ ଗୁରୁବାରଠାରୁ ଦ୍ୱୀପ ଦେଶ ଶ୍ରୀଲଙ୍କାରେ ମୂଷଳଧାର ବର୍ଷା ଲାଗି ରହିଛି। ଫଳରେ ରାଜଧାନୀ କଲମ୍ବୋ ସମେତ ୧୦ ଜିଲ୍ଲା ଗୁରୁତର ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ଉପୁଜିଥିବା ବେଳେ ଭୂ-ସ୍ଖଳନର ମଧ୍ୟ ସୂଚନା ମିଳିଛି। ବନ୍ୟା ଓ ଭୂ-ସ୍ଖଳନରେ ଦେଶରେ ଏପର୍ଯ୍ୟନ୍ତ ୧୪ ଜଣ ପ୍ରାଣ ହରାଇଥିବା ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ରବିବାର ସୂଚନା ଦେଇଛନ୍ତି।
ଦେଶରେ ଗତ ଗୁରୁବାର ଠାରୁ ପ୍ରତିକୂଳ ପାଗ ଲାଗି ରହିଛି। ଫଳରେ ଜନବସତୀ ଓ କୃଷି କ୍ଷେତ୍ରରେ ପାଣି ଭରିଯାଇଛି। ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଗମନା ଗମନ ପ୍ରଭାବିତ ହୋଇଛି। କେଗାଲେରେ ଏକ ଘର ଉପରେ ମାଟି ଅତଡା ଧସିବା ଯୋଗୁ ପରିବାରର ୪ ଜଣଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି। ଭୀଷଣ ବର୍ଷାରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ୪୫ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି।
ବର୍ଷା ଓ ବନ୍ୟାରେ ଅନୁନ୍ୟ ୮୦୦ ଘର ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି। ୪ ହଜାର ୩ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି। ଭାରତ ଉପକୂଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପରଠାରୁ ଦ୍ୱୀପ ଦେଶରେ ପାଣିପାଗ ବଦଳିଛି। ନିମ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍