July 27, 2024

Satya News

odia news channel

ଶେୟାର ବଜାର: ଭଲ ସ୍ଥିତିରେ ନିଫ୍ଟି

ଶେୟାର ବଜାର: ଭଲ ସ୍ଥିତିରେ ନିଫ୍ଟି

  • ମୁମ୍ବାଇ: ବିଗତ କିଛି ଦିନ ଧରି ଭାରତୀୟ ଷ୍ଟକ୍ ବଜାର ଉତ୍ସାହିତ ରହି ଆସିଥିବା ବେଳେ ମଙ୍ଗଳବାର  ହୋଇଥିବା କାରବାର ମଧ୍ୟ ଉତ୍ସାହଜନକ ରହିଥିବାରୁ ଉଭୟ ବିଏସ୍‌ଇ ସେନ୍‌ସେକ୍ସ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟି ସ୍ଥିତିରେ ସର୍ବକାଳୀନ ବୃଦ୍ଧି ଘଟିଛି । ବିଭିନ୍ନ କମ୍ପାନୀର ଶେୟାର କାରବାରରେ ବୃଦ୍ଧି ଯୋଗୁଁ ସେନ୍‌ସେକ୍ସ ୪୨,୦୦୦ ପଏଣ୍ଟ ନିକଟବର୍ତ୍ତୀ ହୋଇଥିଲା ବେଳେ ନିଫ୍ଟି ମଧ୍ୟ ୧୨,୩୫୦ ପଏଣ୍ଟ ଅତିକ୍ରମ କରିଛି । ଯାହାକି ଭାରତୀୟ ଷ୍ଟକ୍ ବଜାର ପାଇଁ ଏକ ରେକର୍ଡ ବୋଲି ବଜାର ବିଶ୍ଳେଷଣକାରୀମାନେ କହିଛନ୍ତି । ମଙ୍ଗଳବାର ହୋଇଥିବା କାରବାରରେ ଏଚ୍‌ଡିଏଫ୍‌ସି, ଆଇଟିସି, ଆକ୍ସିସ୍ ବ୍ୟାଙ୍କ ଏବଂ ଟିସିଏସ୍ ଆଦି କମ୍ପାନୀର ଶେୟାର କାରବାର ଉତ୍ତମ ରହିଥିଲା । ଫଳରେ ସେନ୍‌ସେକ୍ସରେ ୯୨.୯୪ ପଏଣ୍ଟ ବୃଦ୍ଧି ସହ କାରବାର ଶେଷ ବେଳକୁ ଏହା ୪୧,୯୫୨.୬୩ ପଏଣ୍ଟରେ ବନ୍ଦ ରହିଥିବା ଜଣାପଡ଼ିଛି । ସେହପରି ନିଫ୍ଟିରେ  ୩୦.୩୫ ପଏଣ୍ଟ ବୃଦ୍ଧି ଘଟିଥିବା ବେଳେ କାରବାର ଶେଷ ବେଳକୁ ଏହା ୧୨,୩୫୯.୯୦ ପଏଣ୍ଟରେ ବନ୍ଦ ରହିଛି । ତେବେ ମଙ୍ଗଳବାର କାରବାରରେ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଏସ୍‌ବିଆଇ ଆଦିର ଶେୟାର କାରବାର ହ୍ରାସ ପାଇଛି ।
Spread the love