July 27, 2024

Satya News

odia news channel

ସ୍ବାମୀ ଜେଲରେ ଥିବାବେଳେ ଦେଢ଼ଶୁର ସହ ଶାରିରୀକ ସମ୍ପର୍କ ରଖିଥିଲା ସ୍ତ୍ରୀ

 

ଚନ୍ଦୌଲି : ଉତ୍ତରପ୍ରଦେଶର ଚନ୍ଦୌଲି ଜିଲ୍ଲାର ବାସିଲା ଗାଁରେ ଜଣେ ବ୍ୟକ୍ତିଙ୍କ ଗୁଳି କରି ହତ୍ୟା କରି ଦିଆଯାଇଥିଲା। ମୃତ ବ୍ୟକ୍ତିଙ୍କ ଶବ ପାଖରେ ବୋତଲ,ମାଚିସ୍ ଏବଂ ସିଗାରେଟ ମିଳିଥିଲା। ଘଟଣା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୋଲିସ୍ ୨ମାସ ତଳେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାକୁ ଦାବି କରିଛି। ପୋଲିସ୍ ଦାବି କରିଛି ଯେ ପତ୍ନୀ ଏବଂ ଦେଢ଼ଶୁର ମଧ୍ୟରେ ସମ୍ବନ୍ଧ ବିଷୟରେ ଜଣା ପଡ଼ିବାରୁ ସାନ ଭାଇ ସାଥୀଙ୍କ ସହ ମିଶି ତାଙ୍କ ହତ୍ୟା କରି ଦେଇଥିଲେ।

ସୂଚନା ଅନୁସାରେ ୨ଦିନ ତଳେ ଅଲି ନଗରର କୁରହନା ଗାଁରେ ପୋଲିସ୍ ଏନକାଉଣ୍ଟରରେ ୫୦ହଜାରର ପୁରସ୍କାର ରାଶି ଘୋଷିତ ହୋଇଥିବା କୁଖ୍ୟାତ ଆଶୁତୋଷ ଯାଦବ ଓରଫ ଚିଟକୁ ଯାଦବକୁ ପୋଲିସ୍ ଗିରଫ କରିଛି । ସେ ଏହି ହତ୍ୟାକାଣ୍ଡରେ ସାମିଲ ଥିଲା। ଆଶୁତୋଷ ଘଟଣାରେ ସାମିଲ ମୃତକର ସାନ ଭାଇ ମୁକେଶ ବିଷୟରେ କହିବାରୁ ପୋଲିସକୁ ହତ୍ୟାକାଣ୍ଡ ବିଷୟରେ ଜଣଶ ପଡ଼ିଥିଲା।

ସୂଚନା ମିଳିବା ପରେ ସଦର ପୋଲିସ୍ ଏବଂ ଟିମ୍ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୃତକର ସାନ ଭାଇ ମୁକେଶ ଯାଦବକୁ ଗିରଫ କରିଥିଲା ଏବଂ ହତ୍ୟାକାଣ୍ଡରେ ସାମିଲ ପିସ୍ତଲ,୨ଟି ମ୍ୟାଗାଜିନ୍ ଏବଂ ୧୦ଟି ବନ୍ଧୁକ ଜବତ କରିଥିଲା। ପଚରାଉଚୁରାରେ ଅଭିଯୁକ୍ତ ମୁକେଶ କହିଥିଲା ଯେ ୨୦୧୭ମସିହାରେ ଏକ ହତ୍ୟା ଅଭିଯୋଗରେ ସେ ଜେଲ୍ ଚାଲିଯାଇଥିଲା ଏବଂ ୨୦୨୦ ଜାନୁୟାରୀରେ ଜାମିନରେ ମୁକୁଳିଥିଲା।

ସେ କହିଥିଲା ଯେ ତା ଭାଇ ସହ ତା ପତ୍ନୀର ଅନୈତିକ ସମ୍ପର୍କ ସ୍ଥାପିତ ହୋଇଥିଲା। ସେ ଘରକୁ ଫେରିବାରୁ ଉଭୟଙ୍କ ଅନୈତିକ ସମ୍ପର୍କ ବିଷୟରେ ଜଣା ପଡ଼ିଥିଲା। ସେତେବେଳେ ସେ ଅପରାଧି ଆଶୁତୋଷ ଯାଦବ ଏବଂ ରାମାନନ୍ଦ ସହ ମିଶି ନିଜ ଭାଇର ହତ୍ୟା ଯୋଜନା କରିଥିଲା। ଏଥିପାଇଁ ସେ ଅଗଷ୍ଟ ୨୭ତାରିଖ ରାତିରେ ରାମ ନନ୍ଦନକୁ ଘରକୁ ପଠାଇ ନିଜ ଭାଇ ରାକେଶକୁ ବାଇକରେ ବସିଲାର ସିଓ୍ବାନକୁ ଡକାଇଥିଲା।

ଏଠାରେ ତା ସହ ଆଶୁତୋଷ ଆଗରୁ ଥିଲା। ଆଶୁତୋଷ ତାକୁ ପିସ୍ତଲ୍ ଦେଇଥିଲା। ସେମାନେ ମଦ ପିଇଥିଲେ ଏବଂ ଭାଇର କାନପଟିରେ ଗୁଳି କରି ଦେଇଥିଲେ। ତା ମୃତ୍ୟୁ ପରେ ସେମାନେ ୩ଜଣ ସେଠାରୁ ଫେରାର ହୋଇଯାଇଥିଲେ।

Spread the love