April 17, 2024

Satya News

odia news channel

ତାରକିଶୋର ଓ ରେଣୁ ଦେବୀ ବିହାରର ଦୁଇ ଉପମୁଖ୍ୟମନ୍ତ୍ରୀ

 

ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ବିଜେପି ବିଧାୟକ ଦଳ ନେତା ତାରକିଶୋର ପ୍ରସାଦ ଏବଂ ବିଜେପି ବିଧାୟକ ଦଳର ଉପନେତା ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ତାରକିଶୋର ପ୍ରସାଦ କହିଛନ୍ତି।

ଆଜି ଅପରାହ୍ଣରେ ଅନୁଷ୍ଠିତ ହେଉଥିବା ଶପଥ ଗ୍ରହଣ ସମାରୋହରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Spread the love