July 27, 2024

Satya News

odia news channel

ଥିଲେ ଦିଅ, ନଥିଲେ ନିଅ ବ୍ଲେସିଙ୍ଗ୍ ବକ୍ସର ଶୁଭାରମ୍ଭ

 

ଯାଜପୁର : ବିଶିଷ୍ଠ ଶ୍ରମିକନେତା ମାୟାଧର ନାୟକଙ୍କ ଆହ୍ୱାନରେ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଥିଲେ ଦିଅ, ନଥିଲେ ନିଅ ଏହିଭଳି ଏକ ଅଭିନବ ନିଆରା ପ୍ରୟାସ ଆରମ୍ଭ କରାଯାଇ ଗରିବ ଲୋକଙ୍କୁ ବସ୍ତ୍ର ଦାନ କରାଯାଇଛି

ପ୍ରତିବର୍ଷ ପରି ଚଳିତ ବର୍ଷ ନୂଆ ଓ ପୁରୁଣା ବସ୍ତ୍ର ସଂଗ୍ରହ କାର୍ଯ୍ୟକ୍ରମ  ଓଡିଶାର ସମସ୍ତ୍ର ପ୍ୟାରିସ୍ ବେକରୀ ଆଉଟ୍‌ ଲେଟ୍ ଠାରେ ଉଡ୍ର ବ୍ଲେସିଙ୍ଗ୍ ବକ୍ସର ଶୁଭ ଉଦଘାଟନ ହୋଇଯାଇଛି ।

ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକଙ୍କ ଆହ୍ୱାନକ୍ରମେ କୋରେଇ ଉଡ୍ର ପରିବାର ପକ୍ଷରୁ ବ୍ୟାସନଗରର ବିଗବଜାର ନିକଟରେ ଥିବା ପ୍ୟାରିସ୍ ବେକରୀ ଆଉଟ୍‌ଲେଟ୍ ଠାରେ ‘ଥିଲେ ଦିଅ, ନଥିଲେ ନିଅ’  ଏହିଭଳି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା

୨୦୧୯ ମସିହାରେ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ ୨୦ ହଜାରରୁ ଉର୍ଦ୍ଧ୍ଵ  ନୂତନ ଓ ପୁରୁଣା ବସ୍ତ୍ର ସଂଗ୍ରହ କରି ବଣ୍ଟନ କରା ଯାଇଥିଲା। ଚଳିତ ବର୍ଷ ଆହୁରି ଅଧିକ ବସ୍ତ୍ର ସଂଗ୍ରହ କରିବାର ଯୋଜନା ରଖାଯାଇଛି

 

ଯେଉଁ ବ୍ୟକ୍ତିମାନେ ସେମାନଙ୍କର ନୂତନ କିମ୍ବା ପୁରୁଣା ବସ୍ତ୍ର ଦାନ କରିବାକୁ ଚାହୁଁଛନ୍ତି, ସେମାନେ ପ୍ୟାରିସ୍ ବେକରୀ ଆଟଉ୍‌ଲେଟ୍‌ରେ ଥିବା ବ୍ଲେସିଙ୍ଗ୍ ବକ୍ସରେ ଦାନ କରିବାକୁ ଉଡ୍ର ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।

ଆପଣ ଆପଣଙ୍କର ପୁରୁଣା ବସ୍ତ୍ରକୁ ନଷ୍ଟ ନ କରି ଦାନ କଲେ ଅନ୍ୟମାନଙ୍କର ମୁହଁରେ ହସ ଫୁଟାଇ ପାରିବେ । ଥିଲେ ଦିଅ, ନଥିଲେ ନିଅ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କର ପୁରୁଣା ବସ୍ତ୍ର ଅନେକ ପରିବାର ମୁହଁରେ ହସ ଫୁଟାଇ ପାରିବ।

ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ ଆପଣଙ୍କର ପୁରୁଣା ବସ୍ତ୍ରକୁ ସଂଗ୍ରହ କରି, ସଫା କରି. ଯେଉଁମାନଙ୍କର ବସ୍ତ୍ରର ଅଭାବ ଅଛି, ତାକୁ ପୂରଣ କରିବାର ପ୍ରୟାସ ଜାରି ରଖିଛି ।

ଏହି କାର୍ଯ୍ୟକ୍ରମରେ କୋରେଇ ଉଡ୍ର ପରିବାରର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ । ଏଥିରେ କୁଳମଣୀ ଦାସ (ସମିତି ସଭ୍ୟ, ଅନ୍ଧାରୀ), ଦିପକ ନାୟକ, ରାଜେଶ ରାଉତ, ଅଜିତ୍ ପରିଡା, ପ୍ରକାଶ ଜେନା, ପ୍ରମୋଦ ବଳ, ଅଶୋକ ବାରିକ (ସମିତି ସଭ୍ୟ, କନ୍ତୋର), ପ୍ରମୋଦ ସାହୁ (ସମିତି ସଭ୍ୟ, ବଡବିରୁଆଁ), ଏସ୍‌.କେ. ଜହର ଅଲ୍ଲୀ (ସମିତି ସଭ୍ୟ, ପାଣିକୋଇଲି), ଆଲୋକ ଦାସ, ଲକ୍ଷ୍ମୀଧର କରଣ, କୁନ ଚନ୍ଦ୍ର ପାଢୀ, ହିମାଂଶୁ ବେହୁରା, ନିରଞ୍ଜନ ବାରିକ (ସରପଂଚ, ଅସନଝର), ଆଲୋକ ମଲ୍ଲିକ, ବାଉରୀବନ୍ଧୁ ଜେନା, ଅବିନାଶ ପ୍ରଧାନ ପ୍ରମୂଖ ସଦସ୍ୟ ଉପସ୍ଥିତ ଥିଲେ

 

ଯାଜପୁର ଚକ୍ରଧର ଦାସଙ୍କ ରିପୋର୍ଟ,ସତ୍ୟ ନୁ୍ଜ୍‌ ଟୋଂଟି ଫୋର୍‌

Spread the love