ବାଙ୍କୀ,୧୭/୨: ବାଙ୍କୀ ଡବଲ୍ ମର୍ଡର ସମ୍ପର୍କିତ ଏକ ଭିଡିଓ ଏବେ ଭାଇରାଲ ହୋଇଛି। ମୃତ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁଙ୍କ ମୃତ୍ୟୁ ପୂର୍ବର ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ କଟକ ଅଣାଯାଉଥିବାବେଳେ ସରପଞ୍ଚଙ୍କ ସ୍ବାମୀ ଭଗବାନ ସ୍ବାଇଁଙ୍କ ଏହି ଭିଡିଓ ରେକର୍ଡ କରାଯାଇଥିଲା। ଏଥିରେ ହତ୍ୟାକାଣ୍ଡ ସମ୍ପର୍କରେ ସେ ଅନେକ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡରେ ୧୫ରୁ ୨୦ଜଣ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। କାଳିଆ, ଦୀପୁ, ପାଣ୍ଡବ ଭଳି ଅନେକ ନାଁ ମଧ୍ୟ ରହିଛି ଏହି ଭିଡିଓରେ। ତାର ଟାଣିଦେଲେ ଓ ଗୋଡ ଦୁଇଟିକୁ ହାଣିଦେଲେ.. ଭଳି ଗୋଟିଏ ମିନିଟର ଭିଡିଓରେ ଥିବା ଅନେକ ଲୋମଟାଙ୍କୁରା ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାଜନୀତି ଓ ଠିକାକାମକୁ ନେଇ ଶନିବାର ସ୍ପଷ୍ଟ ଦିବାଲୋକରେ ବାଙ୍କୀର ଏହି ଲୋମଟାଙ୍କୁରା ଡବଲ୍ମର୍ଡର ଘଟଣା ଘଟିଛି। ରବିବାର ଅପରାହ୍ଣରେ ଗାଁ’ରେ ସରପଞ୍ଚଙ୍କ ସ୍ବାମୀ ଭଗବାନ ସ୍ବାଇଁ(୫୦) ଓ ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହ(୩୫)ଙ୍କ ମୃତଦେହ ପହଞ୍ଚିବା ପରେ ନୂଆଗାଁ ଲୁହରେ ଭିଜିଛି। ସାରା ଗାଁ ଏବେ ପୁଲିସ ପହରାରେ ରହିଛି। ହେଲେ, ଘଟଣାର ୨୪ଘଣ୍ଟା ପରେ ବି ପୁଲିସ ହାତ ଖାଲି ରହିଛି। ଏହାକୁ ନେଇ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ହତ୍ୟାକାଣ୍ଡ ପରଠାରୁ ବିପକ୍ଷ ଗୋଷ୍ଠୀ ଶିବିର ପୁରୁଷଶୂନ୍ୟ ହୋଇଯାଇଥିବା ଜଣାପଡ଼ିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍