February 25, 2024

Satya News

odia news channel

ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ବିରାଟ ୧ ନମ୍ବର

ନୂଆଦିଲ୍ଲୀ,୯/୧: ଆଇସିସି ପକ୍ଷରୁ ବୁଧବାର ଟେଷ୍ଟ ରାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ବ୍ୟାଟ୍ସମ୍ୟାନ ତାଲିକାରେ ଟିମ୍ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ୧ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ଟେଷ୍ଟ ରାଙ୍କିଙ୍ଗ୍‌ ହ୍ରାସ ପାଇଛି। ମୋଟ ୯୨୮ ପଏଣ୍ଟ ସହ ବିରାଟ ୧ ନମ୍ବର ସ୍ଥାନରେ ଥିବାବେଳେ ତାଙ୍କ ତଳକୁ ୯୧୧ ପଏଣ୍ଟ ସହ ରହିଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌। ତେବେ ଚେତେଶ୍ୱର ପୂଜାରା ୭୯୧ ପଏଣ୍ଟ ପାଇ ୫ମ ସ୍ଥାନରୁ ୬ଷ୍ଠ ସ୍ଥାନକୁ ଖସିଥିବାବେଳେ ରାହାଣେ ୭୫୯ ପଏଣ୍ଟ ସହ ୭ମରୁ ୯ମ ସ୍ଥାନକୁ ଖସିଛନ୍ତି। ସେହିଭଳି ବୋଲିଂରେ ଭାରତୀୟ ବୋଲର ଯଶପ୍ରୀତ ବୁମରା ୭୯୪ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ, ଆର. ଅଶ୍ୱୀନ ୭୭୨ ପଏଣ୍ଟ ସହ ୯ମ ଓ ମହମ୍ମଦ ସାମି ୭୭୧ ପଏଣ୍ଟ ସହ ୧୦ମ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ୍‌ କମିନ୍ସ ୯୦୪ ପଏଣ୍ଟ ସହ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି।

Spread the love