July 22, 2024

Satya News

odia news channel

ଫେବୃଆରୀରୁ ହ୍ୱାଟ୍ସଆପ ବନ୍ଦ !

ଏହି ଫୋନଗୁଡ଼ିକରେ ବନ୍ଦ ହେବ ହ୍ୱାଟ୍ସଆପ
ଭାରତର ଲୋକପ୍ରିୟ ମେସେଜିଂ ଆପ ହ୍ୱାଟ୍ସଆପ୍ ଆସନ୍ତା ମାସଠାରୁ କେତେକ ଫୋନରେ ଆଉ କାମ କରିବ ନାହିଁ l କେତୋଟି ନିର୍ଦିଷ୍ଟ ଆଇଫୋନ ଏବଂ ଆଣ୍ଡ୍ରଏଡ ଫୋନରେ ହ୍ୱାଟ୍ସଆପ ବନ୍ଦ ହୋଇଯିବ ବୋଲି ସୂଚନା ମିଳିଛି l ପୁରୁଣା ଆଇଓଏସ ଏବଂ ଆଣ୍ଡ୍ରଏଡ ଫୋନରେ 31ଜାନୁଆରୀ ପରେ ହ୍ୱାଟ୍ସଆପ କାମ କରିବନି ବୋଲି ସୂଚନା ମିଳିଛି l ଏହା ବ୍ୟତୀତ ଉଇଣ୍ଡୋଜ ଫୋନରେ ମଧ୍ୟ ଫେବୃଆରୀ ପହିଲାରୁ ହ୍ୱାଟ୍ସଆପ ବନ୍ଦ ହୋଇଯିବ l ଆଇଓଏସ 8 କିମ୍ବା ତାଠାରୁ ପୁରୁଣା ଭର୍ସନ ଆଇ ଫୋନରେ ବି ହ୍ୱାଟ୍ସଆପ ବନ୍ଦ ହେଇଯିବ l ପୂର୍ବରୁ ନୋକିଆର ଏସ 60, ନୋକିଆ ସିରିଜ 40 ଓ ଏ ଏସ, ବ୍ଲାକବେରି 10, ଆଣ୍ଡ୍ରଏଡ 2.1 ଏବଂ 2.2, ଉଇଣ୍ଡୋଜ 7, ଏବଂ ଆଇଓଏସ 6ରେ ମଧ୍ୟ ହ୍ୱାଟ୍ସଆପ ବନ୍ଦ ହେଇସାରିଛି l

Spread the love