February 14, 2026

ବଢ଼ିଲା ସ୍ନେହାର ପରିବାର

ବାରଙ୍ଗ,୯/୧: ନନ୍ଦନକାନରେ ଧଳାବାଘୁଣୀ ସ୍ନେହା ସୋମବାର ସକାଳେ ଦୁଇଟି ଶାବକ ଜନ୍ମ ଦେଇଛି। ଗୋଟାଏ ପାହାନ୍ତା ୩ଟା ୩୮ରେ ଏବଂ ଅନ୍ୟଟି ଭୋର ୫ଟା ୫୪ରେ ଜନ୍ମ ନେଇଛନ୍ତି। ସ୍ନେହା ଛୁଆ ଦୁହିଁଙ୍କର ଯତ୍ନ ନେଉଥିବାର ଦୃଶ୍ୟ ସିସିଟିଭି ଜରିଆରେ ନନ୍ଦନକାନନ କର୍ତ୍ତୃପକ୍ଷ ଅନୁଧ୍ୟାନ କରୁଛନ୍ତି। ତେବେ ଆଜି ଜନ୍ମ ନେଇଥିବା ଶାବକଦ୍ୱୟଙ୍କୁ ମିଶାଇ ନନ୍ଦନକାନରେ ବାଘସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ସୂଚନାନୁଯାୟୀ, ହାଇଦ୍ରାବାଦ ଚିଡ଼ିଆଖାନାରୁ ଅଣାଯାଇଥିବା ସାଧାରଣ ରଙ୍ଗର ବାଘ ‘ସୈଫ୍‌’ ସହ ମିଳିତ ହେବାର ପ୍ରାୟ ୧୦୫ ଦିନ ପରେ ଆଜି ‘ସ୍ନେହା’ ଏହି ଶାବକଙ୍କୁ ଜନ୍ମଦେଇଛି। ଏହି ଶାବକଦ୍ଵୟଙ୍କ ରଙ୍ଗ ଜଣାପଡିନାହିଁ। ତେବେ ଏହା ପୂର୍ବରୁ ୨୦୧୬ ମସିହା ଅଗଷ୍ଟ ୫ ତାରିଖରେ ସ୍ନେହାଠୁ କଳାବାଘ ‘ଭିକି’ ଏବଂ ଧଳାବାଘ ‘ମୌସୁମୀ’ ଓ ‘ଚିନୁ’ ଜନ୍ମ ନେଇଥିଲେ।

Spread the love