January 23, 2026

ପ୍ରତି ଯୋଜନାକୁ ରାଜନୈତିକ ରୂପ ଦିଆଯାଉଛି: ମୋଦୀ

 

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାକୁ ବିରୋଧ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ଦେଶ ଓ ଦେଶବାସୀଙ୍କ ହିତ ନିମନ୍ତେ ସରକାର ଅନେକ ପଦକ୍ଷେପ ନେଉଛନ୍ତି; ମାତ୍ର ସରକାରଙ୍କ ପ୍ରତିଟି ପଦକ୍ଷେପକୁ ରାଜନୈତିକ ରୂପ ଦିଆଯାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଛନ୍ତି। ଗତ ୮୦ ବର୍ଷ ହେଲା ପ୍ରତିରକ୍ଷା କ୍ଷେତ୍ରରେ କୌଣସି ସଂସ୍କାର ଅଣାଯାଇପାରିନାହିଁ। ଏବେ ସରକାର ଏହି କ୍ଷେତ୍ରରେ ସଂସ୍କାର ଆଣିବାକୁ ଯାଉଥିବା ବେଳେ ଏହାକୁ ରାଜନୈତିକ ରଙ୍ଗ ଦେଇ ବିରୋଧ କରାଯାଉଛି। ପ୍ରଧାନମନ୍ତ୍ରୀ ରବିବାର ପ୍ରଗତି ମଇଦାନର ମୁଖ୍ୟ ସୁଡଙ୍ଗ ଓ ୫ଟି ଅଣ୍ଡରପାସକୁ ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି।

 

Spread the love