ଭୁବନେଶ୍ବର: ରୋଜ୍ ଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଓଡ଼ିଶା ଶାଖାର ଆଞ୍ଚଳିକ ପରିଚାଳକ ବିକ୍ରମଜିତ ଭୌମିକ ଗିରଫ ହୋଇଥିବାର ଖବର ମିଳିଛି। ତାଙ୍କୁ ପଶ୍ଚିମବଙ୍ଗର ମଇନାରୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ବିକ୍ରମଜିତ ଭୌମିକଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ସେ ଦୀର୍ଘଦିନ ଧରି ଫେରାର ଥିଲେ।
ପୂର୍ବରୁ ରୋଜ୍ ଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଅଧ୍ୟକ୍ଷ ଗୌତମ କୁଣ୍ଡୁ ଓ ପରିଚାଳନା ନିର୍ଦେଶକ ଶିବମୟ ଦତ୍ତଙ୍କୁ ଗିରଫ କରଯାଇଥିଲା। ଏହି ସଂସ୍ଥା ଲୋକଙ୍କ ଠୁ କୋଟି କୋଟି ଟଙ୍କା ନେଇ ଠକିଥିବାର ଅଭିଯୋନଗ ହୋଇଥିଲା।

More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍