
ଭୁବନେଶ୍ବର: ବାବୁସାନ-ପ୍ରକୃତି-ତୃପ୍ତି ବିବାଦ ମାମଲାରେ ମଙ୍ଗଳବାର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ତାଙ୍କ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସେ ହାଇକୋର୍ଟ ଯାଇଥିବା ସୂଚନା ମିଳିଛି। ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ବଶୁରଙ୍କ ନାଁରେ ଏତଲା ଦେଇଥିଲେ ପ୍ରକୃତି।
ସୂଚନାଯୋଗ୍ୟ, ଠିକ୍ ମାସେ ତଳେ ଅର୍ଥାତ୍ ଜୁଲାଇ ୨୩ ତାରିଖରେ ପ୍ରକୃତିଙ୍କୁ ରାସ୍ତା ମଝିରେ ଆକ୍ରମଣ କରିଥିଲେ ତୃପ୍ତି। ବାବୁସାନ ଓ ପ୍ରକୃତି ଏକସଙ୍ଗେ ଗାଡ଼ିରେ ଯାଉଥିବା ବେଳେ ରାସ୍ତାରେ ଅଟକାଇ ପ୍ରକୃତିଙ୍କୁ ଗାଳିଗୁଲଜ ସହ ଚୁଟି ଟଣା ଓଟରା ଓ ଧକ୍କା ମାରିଥିଲେ ତୃପ୍ତି। ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହୋଇଥିଲା। ଅପରପକ୍ଷେ, ସ୍ବାମୀ ବାବୁସାନଙ୍କ ସହ ପ୍ରକୃତିଙ୍କର ପ୍ରେମ ସମ୍ପର୍କ ଥିବା ଓ ପ୍ରକୃତିଙ୍କ ପାଇଁ ତାଙ୍କ ପରିବାର ନଷ୍ଟ ହୋଇଥିବା ଅଭିଯୋଗ କରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍