ଗୌହାଟି,୨୩/୧: ଆସାମରେ ୮ଟି ନିଷିଦ୍ଧ ସଙ୍ଗଠନର ୬୪୪ ଜଣ ଆତଙ୍କବାଦୀ ୧୭୭ଟି ଅସ୍ତ୍ର ସହ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ଏ ନେଇ ଆସାମ ପୋଲିସ ସୂଚନା ଦେଇଛି। ଏହି ଆତଙ୍କବାଦୀମାନେ ‘ୟୁଏଲ୍ଏଫ୍ଏ (୧), ‘ଏନ୍ଡିଏଫ୍ବି’, ‘ଆର୍ଏନ୍ଏଲ୍ଏଫ୍’, ‘କେଏଲ୍ଓ’, ‘ସିପିଆ(ମାଓବାଦୀ)’, ‘ଏନ୍ଏସ୍ଏଲ୍ଏ’, ‘ଏଡିଏଫ୍’ ଏବଂ ‘ଏନ୍ଏଲ୍ଏଫ୍ବି’ର ବୋଲି ଜଣାପଡ଼ିଛି। ଆତଙ୍କବାଦୀମାନେ ଏକ କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍ଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ତେବେ ରାଜ୍ୟ ଏବଂ ଆସାମ ପୋଲିସ ଲାଗି ଆଜି ଦିନଟି ଗୁରୁତ୍ୱପୂର୍ଣ୍ଣ ବୋଲି ସାମ୍ବାଦିକମାନଙ୍କୁ ଡିଜିପି ଭାସ୍କରଜ୍ୟୋତି ମହାନ୍ତି କହିଛନ୍ତି। ଏଥିସହ ସାମ୍ପ୍ରତିକ ସମୟରେ ଏହା ଅନ୍ୟତମ ସର୍ବବୃହତ୍ ଆତ୍ମସମର୍ପଣ ବୋଲି ସେ ପ୍ରକାଶ କରିଛନ୍ତି।
More Stories
ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୫୭ ସଂକ୍ରମିତ ଚିହ୍ନଟ
୨୧ ତାରିଖ ଇଡି ଅଫିସ ଘେରାଉ କରିବ କଂଗ୍ରେସ