April 20, 2024

Satya News

odia news channel

ଆମାଜନ୍ ଦେବ ୧୦ ଲକ୍ଷ ନିଯୁକ୍ତି

ଆମାଜନ୍ ଦେବ ୧୦ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: ଭାରତର ଯୁବପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି କରିବା ନେଇ ବିଶ୍ୱର ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ୍ ପକ୍ଷରୁ ଘୋଷଣା କରାଯାଇଛି । ଭାରତରେ ପ୍ରାଦ୍ୟୋଗିକ, ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ ନେଟ୍‌ୱର୍କ ଭଳି ବିଭିନ୍ନ କ୍ଷେତ୍ରରେ ସଂପ୍ରସାରଣ ପାଇଁ ସୁଯୋଗ ରହିଥିଲା ବେଳେ ଏକ୍ଷେତ୍ରରେ ପର୍ଯ୍ୟାପ୍ତ ନିବେଶ କରିବା ସହ ନିଯୁକ୍ତି ସୃଷ୍ଟି ଲାଗି  ଆମାଜନ୍  ଉଦ୍ୟମ କରିବ ବୋଲି କହିଛି । ଏହା ଜରିଆରେ ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଦେଶରେ ପ୍ରାୟ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନେଇ କମ୍ପାନୀ ଯୋଜନା ପ୍ରସ୍ତୁତ କରିଛି । ଏହି ରୋଜଗାର ବିଗତ ୬ ବର୍ଷ ମଧ୍ୟରେ କମ୍ପାନୀର ନିବେଶରୁ ସୃଜିତ ହୋଇଥିବା ୭ ଲକ୍ଷରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗରୁ ଭିନ୍ନ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଆମାଜନ୍ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଆସନ୍ତା ୨୦୨୫ ସୁଦ୍ଧା ଭାରତରେ ୧୦ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନେଇ କମ୍ପାନୀର ଯୋଜନା ରହିଛି । ଏଥିରେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସାମିଲ ଅଛି । ଏହା ଅନ୍ତର୍ଗତ ସୂଚନା ପ୍ରାଦ୍ୟୋଗିକ, କୋଶଳ ବିକାଶ, ମନୋରଞ୍ଜନ ସାମଗ୍ରୀ ନିର୍ମାଣ, ଖୁଚୁରା, ଲଜିଷ୍ଟିକ୍ ଏବଂ ବିନିର୍ମାଣ ଆଦି ସମସ୍ତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରାଯିବ ।

Spread the love