ନୂଆଦିଲ୍ଲୀ,୧୨/୨: ‘ଦିଲ୍ଲୀୱାଲୋଁ ଗଜବ କରଦିୟା ଆପ୍ ଲୋଗୋଁ ନେ! ଆଇ ଲଭ୍ ୟୁ।’ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ଅବସରରେ ଆମ୍ ଆଦ୍ମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି। ଏଥିସହ ଦିଲ୍ଲୀବାସୀ ତାଙ୍କ ଉପରେ ଭରସା କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ଦଳୀୟ କାର୍ଯ୍ୟାଳୟରେ କର୍ମୀ ଓ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇ କେଜରିୱାଲ ‘ଭାରତମାତା କୀ ଜୟ, ଇନ୍ କିଲାବ ଜିନ୍ଦାବାଦ୍ ଓ ବନ୍ଦେ ମାତରମ୍’ ଧ୍ୱନିରୁ ଭାଷଣ ଆରମ୍ଭ କରି ପ୍ରଥମେ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥିସହ ସେ କହିଥିଲେ, ଏହି ବିଜୟ ଦିଲ୍ଲୀବାସୀଙ୍କ ବିଜୟ। ଏଥିରୁ ଦେଶରେ ଏକ ନୂଆ ଶୈଳୀର ରାଜନୀତି ଆରମ୍ଭ ହୋଇଛି, ଯାହା ଆମ ଦେଶକୁ ଏକବିଂଶ ଶତାବ୍ଦୀରେ ଆଗେଇ ନେବ। ଏହା ହେଉଛି ବିକାଶର ରାଜନୀତି। ଏହା କେବଳ ଦିଲ୍ଲୀର ବିଜୟ ନୁହେଁ, ବରଂ ଭାରତମାତାର ବିଜୟ ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ମନୀଷ ସିସୋଦିଆ ଓ ଅନ୍ୟ ଆପ୍ ନେତାମାନଙ୍କ ସହ କେଜରିୱାଲ ଦିଲ୍ଲୀର କନ୍ନଟ ପ୍ଲେସ୍ସ୍ଥିତ ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ।
More Stories
ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୫୭ ସଂକ୍ରମିତ ଚିହ୍ନଟ
୨୧ ତାରିଖ ଇଡି ଅଫିସ ଘେରାଉ କରିବ କଂଗ୍ରେସ