May 12, 2024

Satya News

odia news channel

୧୬ରେ ଶପଥନେବେ କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ,୧୨/୨: ଆସନ୍ତା ୧୬ ତାରିଖ ରବିବାର ରାମଲୀଳା ମୈଦାନରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଆମ୍‌ ଆଦ୍‌ମି ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଶପଥ ଗ୍ରହଣ କରିବେ। ତୃତୀୟ ଥର ଲାଗି କେଜ୍ରିଓ୍ଵାଲ୍‌ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବେ। ଏଥିଲାଗି ଦିଲ୍ଲୀର ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍‌ ଅନୀଲ ବୈଜାଲ୍‌ଙ୍କୁ ଭେଟିବାକୁ ବୁଧବାର ପୂର୍ବାହ୍ଣରେ କେଜ୍ରିଓ୍ଵାଲ୍‌ ରାଜ ନିବାସରେ ପହଞ୍ଚିଛନ୍ତି। ଏଥିସହ ଦଳୀୟ ବିଧାୟକମାନେ କେଜ୍ରିଓ୍ଵାଲ୍‌ଙ୍କ ବାସଭବନରେ ଆୟୋଜିତ ହେବାକୁ ଥିବା ଏକ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ୭୦ ଆସନବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ‘ଆପ୍‌’ ୬୨ଟି ଆସନରେ ବିଜୟୀ ହୋଇଛି। ଏହି ଆସନଗୁଡ଼ିକରୁ ‘ଆପ୍‌’କୁ ୫୩. ୫୭% ଭୋଟ୍‌ ମିଳିଥିବା ବେଳେ ବାକି ୮ଟି ଆସନରେ ୩୮. ୫୧% ଭୋଟ୍‌ ପାଇ ବିଜେପି ବିଜୟ ହୋଇଛି। ୪. ୨୬% ଭୋଟ୍‌ ପାଇଥିବା କଂଗ୍ରେସ ଏଥିରେ କୌଣସି ଆସନ ପାଇ ନାହିଁ।

Spread the love