ନୂଆଦିଲ୍ଲୀ,୧୨/୨: ଉତ୍ତର-ପୂର୍ବ ଦିଲ୍ଲୀର ଭଜନପୁରାସ୍ଥିତ ଏକ ଘରୁ ୫ ମୃତଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଦିଲ୍ଲୀ ପୋଲିସ ବୁଧବାର ମୃତଦେହଗୁଡ଼ିକୁ ଉଦ୍ଧାର କରିଛି। ମୃତକଙ୍କ ମଧ୍ୟରେ ଏକ ଦମ୍ପତିଙ୍କ ସମେତ ୩ଜଣ ପିଲା ରହିଛନ୍ତି। ପିଲାମାନଙ୍କ ବୟସ ୧୦ରୁ ୧୮ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ ଉକ୍ତ ଘରଟି ଦୀର୍ଘ ୭ଦିନ ହେଲା ବନ୍ଦ ରହିଥିଲା। ଘରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀମାନେ ଭଜନପୁରା ଥାନାରେ ଘଟଣା ସମ୍ପର୍କରେ ରିପୋର୍ଟ କରିଥିଲେ। ପୂର୍ବାହ୍ଣ ସାଢ଼େ ୧୧ଟାରେ ଘରର କବାଟ ଭାଙ୍ଗି ପୋଲିସ ମୃତଦେହ ଉଦ୍ଧାର କରିଛି। ମୃତକମାନେ ଉକ୍ତ ଘରେ ଭଡାରେ ରହୁଥିବାବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ। ଗୃହକର୍ତ୍ତା ଜଣକ ଇ-ରିକ୍ସା ଡ୍ରାଇଭର ଥିଲେ ବୋଲି ସୂଚନା ମିଳିଛି। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ଏହାକୁ ଏକ ସାମୂହିକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। କିଭଳି ଏବଂ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଛି ସେନେଇ ଛାନଭିନ ଜାରି ରହିଛି।
More Stories
Satya News24
ନିଶା-ରାଣୀ ପଣ୍ଡା ଅଡିଓ ଭାଇରାଲ
ସ୍ନାନବେଦୀରୁ ସିଧା ପ୍ରସାରଣ