March 28, 2024

Satya News

odia news channel

ଆସନ୍ତାକାଲିଠୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଭୁବନେଶ୍ୱରେ ଆରମ୍ଭ ହେବ ଟିକାକରଣ

 

ଭୁବନେଶ୍ୱର: ଆସନ୍ତାକାଲିଠାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଭୁବନେଶ୍ୱରେ ଆରମ୍ଭ ହେବ ଟିକାକରଣ। ଭାରତ ବାୟୋଟେକ୍ସରୁ ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ପାଇବା ପରେ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲିିଠୁ ସ୍ଲଟ୍ ଆବଣ୍ଟନ ଆରମ୍ଭ ହୋଇଛି। ଯେଉଁମାନେ କୋଓ୍ୱିନ୍, ଆରୋଗ୍ୟ ସେତୁ କିମ୍ବା ଉମଙ୍ଗ ଆପ୍ ଜରିଆରେ ପଞ୍ଜୀକରଣ କରିଥିବେ ସେମାନଙ୍କୁ ସ୍ଲଟ୍ ମିଳିବ। ସେହି ଅନୁସାରେ ସୋମବାରଠାରୁ ଟିକା ଦିଆଯିବ।

ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ପ୍ରାୟ ୫ ଲକ୍ଷ ନାଗରିକଙ୍କୁ ଟିକା ଦେବା ପାଇଁ ଟାର୍ଗେଟ୍ ରହିଛି। ଜୁନ୍ ମାସ ଶେଷ ସପ୍ତାହ କିମ୍ବା ଜୁଲାଇ ଭିତରେ ଏହି ବର୍ଗର ସମସ୍ତ ନାଗରିକଙ୍କୁ ଦ୍ୱିତୀୟ ଡୋଜ୍ ଦେବା ପାଇଁ ଯୋଜନା ରହିଛି। ସକାଳ ୮ଟାରୁ ଦିନ ଗୋଟାଏ ଯାଏ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯିବ। ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ଟିକାକରଣ ହେବ ବୋଲି ଜଣାପଡ଼ିଛି। ତେବେ ଭୁବନେଶ୍ୱର ମହାନଗର ନିଗମକୁ ଛାଡି ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କେବେଠାରୁ ଯୁବବର୍ଗଙ୍କ ଲାଗି ଟିକାକରଣ ଆରମ୍ଭ ହେବ, ସେନେଇ ଅନିଶ୍ଚିତତା ଲାଗି ରହିଛି।

ରାଜ୍ୟରେ ଆଜି ପୁଣି ୮ହଜାର ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।  ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଠ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Spread the love