ପଶ୍ଚିମବଙ୍ଗ: ନନ୍ଦିଗ୍ରାମରେ ମମତାଙ୍କୁ ହରାଇଲେ ଶୁଭେନ୍ଦୁ ଅଧିକାରୀ । ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ବିଜୟୀ । ୧୯୫୩ ଭୋଟରେ ନନ୍ଦିଗ୍ରାମ ଜିତିଲେ ଶୁଭେନ୍ଦୁ। ନନ୍ଦିଗ୍ରାମର ଫଳାଫଳକୁ ନେଇ ଲାଗିରହିଥିଲା ଦ୍ୱନ୍ଦ୍ୱ। ଶେଷ ମୁହୂର୍ତ୍ତରେ ନନ୍ଦିଗ୍ରାମରେ ମାତ୍ ଦେଲେ ଶୁଭେନ୍ଦୁ।
ଟିଏମ୍ସିର ବିଜୟ ପରେ ମମତା ରଖିଲେ ପ୍ରଥମ ପ୍ରତିକ୍ରିୟା। ବିଜୟ ଲାଗି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମମତା। କହିଲେ, ଏହା ବଙ୍ଗଳାବାସୀଙ୍କ ବିଜୟ। ବିଜୟ ଶୋଭାଯାତ୍ରା ନକରିବାକୁ ସମର୍ଥକଙ୍କୁ ପରାମର୍ଶ ଦେଲେ ଦିଦି। କରୋନା ହଟିବା ପରେ ବିଜୟ ଉତ୍ସବ ପାଳନ ହେବ ବୋଲି କହିଲେ ମମତା। କରୋନା ନିୟନ୍ତ୍ରଣ ଆମର ପ୍ରାଥମିକତା ବୋଲି ମମତା କହିଛନ୍ତି। ୨୨୧ ସିଟରେ ବିଜୟ ଲକ୍ଷ୍ୟ ରଖିଥିବା କହିଲେ ମମତା। ବିଜୟ ପରେ ମମତା ବାନାର୍ଜୀ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ମାଗଣାରେ କରୋନା ଟିକା ଦିଆଯିବ ବୋଲି ସେ କହିବା ସହ, ମାଗଣା ଭ୍ୟାକ୍ସିନ୍ ପାଇଁ କେନ୍ଦ୍ର ବିରୋଧରେ ଆନ୍ଦୋଳନ କରିବେ କହିଛନ୍ତି ଦିଦି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍