ପିପିଲି,୩/୧: ପୁରୀଜିଲ୍ଲା ବଳଙ୍ଗା ଥାନାର ଏଏସଆଇ ଚିତ୍ତରଞ୍ଜନ ଦାସଙ୍କ ନାଁ’ରେ ଗୁରୁବାର ଦୁଷ୍କର୍ମ ଅଭିଯୋଗ ଆସିଥିବାବେଳେ ଶୁକ୍ରବାର ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ତାଙ୍କୁ ଫସାଯିବା ସହ ବ୍ଲାକମେଲ କରାଯାଉଥିବା ନେଇ ସେ ଅଭିଯୋଗ ଆଣିଥିଲେ। ତେବେ ତାଙ୍କୁ ଗିରଫ କରାଯିବା ପରେ ପିପିଲି ଏସଡିପିଓ ଏହି ମାମଲାର ତଦନ୍ତ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାଶଙ୍କ ବିରୋଧରେ ଗୁରୁବାର ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଏଏସଆଇଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିଲା। ପାରିବାରିକ କଳହର ସମାଧାନ କରାଇଦେବାକୁ କହି ମହିଳାଙ୍କୁ ନିଜ ବାସଭବନକୁ ନେଇ ଏଏସଆଇ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ଅଭିଯୋଗ କରିଥିଲେ ।
More Stories
୨ ଯାଏ କାଳବୈଶାଖୀ
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା