
ନିଆଳି : ଆସନ୍ତାକାଲି ପ୍ରଥମାଷ୍ଟମୀ । ପଢୁଆଁ ହେବେ କାଳିଆ ଠାକୁର । ତେବେ ପ୍ରଥମାଷ୍ଟମୀ ପାଇଁ ନିଆଳି ମାଧବରୁ ଶ୍ରୀମନ୍ଦିରକୁ ଗଲା ଅଷ୍ଚମୀ ଭାର । ମହାପ୍ରଭୁଙ୍କ ମାମୁଁଘର ନିଆଳି ମାଧବାନନ୍ଦ ଜିୟୁଙ୍କ ମନ୍ଦିରରୁ ପରମ୍ପରା ଅନୁଯାୟୀ ଭାର ନିଆଯାଇଛି । ପାଟବସ୍ତ୍ର, ନଡିଆ, ବିରି, ଅରୁଆ ଚାଉଳ ନେଇ ସଂକୀର୍ତ୍ତନ ମଣ୍ଡଳୀ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି।
ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀରେ ଜ୍ୟେଷ୍ଠ ସନ୍ତାନ ମାନେ ନୂଆ ବସ୍ତ୍ର ପିନ୍ଧିଥାନ୍ତି ଏବଂ ସେହି ବସ୍ତ୍ର ମାମୁଁଘର ପକ୍ଷରୁ ଆସିଥିବା ପରମ୍ପରା ରହିଛି । ତେବେ ପରମ୍ପରା ମୁତାବକ ଜଗନ୍ନାଥଙ୍କ ମାମୁଁଘର ନିଆଳି ମାଧବରୁ ନୂଆ ବସ୍ତ୍ର ନିଆଯାଇଛି । ତେବେ କରେ।ନା କଟକଣା ଲାଗି ଚଳିତ ଥର ସଂକୀର୍ତନ ମଣ୍ଡଳୀଙ୍କ ସଂଖ୍ୟା କମ ରହିଛି ।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ