
ଦୁଷ୍କର୍ମ ଅଭିଯୁକ୍ତ ଫେରାର ବାବା ନିତ୍ୟାନନ୍ଦ ପ୍ରତିଷ୍ଠା କରିଥିବା ନିଜ ଦେଶ କୈଳାସାର ଆତ୍ମଘୋଷିତ ରାଷ୍ଟ୍ରମୁଖ୍ୟ । କିଛିଦିନ ପୂର୍ବରୁ ସେ ନିଜ ଦେଶର ରିଜର୍ଭ ବ୍ୟାଙ୍କ ଗଠନ କରିଥିଲେ । ଏବେ କୈଳାସାକୁ ବିମାନସେବା ଆରମ୍ଭ କରାଯିବା ଓ ବିଦେଶୀଙ୍କୁ ଭିସା ଦିଆଯିବା ନେଇ ଘୋଷଣା କରିଛନ୍ତି । ଲାଟିନ ଆମେରିକୀୟ ଦେଶ ଇକ୍ୟୁଏଡୋର ନିକଟବର୍ତ୍ତୀ ଏହି ଦେଶର ଭାଷା ସଂସ୍କୃତ, ଇଂରାଜୀ, ତାମିଲ ହେବ ବୋଲି ମଧ୍ୟ ସେ କହିଛନ୍ତି ।
ପଳାତକ ବାବା ନିତ୍ୟାନନ୍ଦଙ୍କ ୱେବସାଇଟ୍ ଅନୁଯାୟୀ କୈଳାସା ପାଇଁ ଭିସା ଦିଆଯିବା କାର୍ଯ୍ୟକ୍ରମ ଖୁବ୍ ଶୀର୍ଘ ଆରମ୍ଭ ହେବ । ବାବା ନିତ୍ୟାନନ୍ଦ ଏକ ଭିଡ଼ିଓ ବାର୍ତାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଦେଶର ନିଜର ସମ୍ବିଧାନ ଓ ଆଇନ ରହିବ ଏବଂ ଦେଶକୁ ଯାତାୟତ ଲାଗି ଚାଟାର୍ଡ଼ ଫ୍ଲାଇଟ୍ ବ୍ୟବସ୍ଥା କରାଯିବ ।
ନିଜକୁ ଭଗବାନ ଶିବଙ୍କ ଅବତାର ବୋଲାଉଥିବା ନିତ୍ୟାନନ୍ଦ ଏକ ବଳାତ୍କାର ଓ ଅପହରଣ ଅଭିଯୋଗରେ ଜେଲ ଯାଇଥିଲେ । ଏହାପରେ ସେ ଗୋପନରେ ଦେଶ ଛାଡ଼ି ଅନ୍ୟତ୍ର ପଳାଇଥିଲେ ।
More Stories
ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୫୭ ସଂକ୍ରମିତ ଚିହ୍ନଟ
୨୧ ତାରିଖ ଇଡି ଅଫିସ ଘେରାଉ କରିବ କଂଗ୍ରେସ