May 16, 2025

ଖଣ୍ଡା ଧରି ଗୋଡ଼ାଇଲେ ଫାର୍ମାସିଷ୍ଟ

 

ଜଳେଶ୍ୱର: ନିଶାସକ୍ତ ଫାର୍ମାସିଷ୍ଟଙ୍କ ଆକ୍ରମଣରେ ୨ ଆହତ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସିଂଲା ଥାନା ଇଡିଦା ଗାଁରେ। ଏଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଶୁବାଶିଷ ଟୁଡୁ କାଲି ରାତିରେ ନିଶାସକ୍ତ ଅବସ୍ଥାରେ ବୁଲୁଥିଲେ। ଏହି ସମୟରେ ଯାହାକୁ ଦେଖିଲେ ଖଣ୍ତା ଏବଂ କଟୁରୀ ଧରି ଗୋଡାଇ ଥିଲେ। ତାଙ୍କ ଆକ୍ରମଣରେ ୨ଜଣ ଗ୍ରାମବାସୀ ଆହତ ହୋଇଛନ୍ତି।ନିଶାସକ୍ତ ଫାର୍ମାସିଷ୍ଟକୁ କାବୁ ପାଇଁ ସ୍ଥାନୀୟ ଲୋକେ ଚେଷ୍ଟା କରି ବିଫଳ ହୋଇଥିଲେ। ଖବର ପାଇ ସିଂଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଶାସକ୍ତ ଫାର୍ମାସିଷ୍ଟଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ପୋଲିସକୁ ମଧ୍ୟ ଆକ୍ରମଣ କରିବାକୁ ସେ ଗୋଡାଇ ଥିଲା।

କିଛି ସମୟ ପରେ ଫାର୍ମାସିଷ୍ଟଙ୍କୁ କାବୁ କରି ଥାନାକୁ ନେଇଥିଲା ପୋଲିସ। ତା ନିକଟରୁ ଏକ ଖଣ୍ତା ଏବଂ ଠେଙ୍ଗାକୁ ପୋଲିସ ଜବତ କରିଛି। ଫାର୍ମାସିଷ୍ଟଙ୍କୁ ଅନ୍ୟତ୍ର ବଦଳି ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Spread the love