
ନୂଆଦିଲ୍ଲୀ : ପାକିସ୍ତାନର ବାଲାକୋଟରେ ପୁଣି ଆତଙ୍କବାଦୀଙ୍କ ଗତିବିଧି ବଡିଚାଲିଛି । ଏଠାରେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ଅହମ୍ମଦ ଟ୍ରେନିଂ କ୍ୟାମ୍ପ୍ ଆରମ୍ଭ କରିଦେଇଛି । କେବଳ ଏତିକି ନୁହେଁ ଏଠାରେ ଆତଙ୍କବାଦୀଙ୍କୁ ହିନ୍ଦୁ ବିରୋଧୀ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଉସକାଯାଉଛି ।
ସୂତ୍ରାନୁସାରେ, ବାଲାକୋଟରେ ଆତଙ୍କବାଦୀଙ୍କୁ ପୁଣି ଭାରତରେ ଆକ୍ରମଣ ପାଇଁ ତାଲିମ ଦିଆଯାଉଛି । ଆତଙ୍କବାଦୀ ମାସୁଦ ଅଜହରର ଭାଇ ମୌଲାନା ଅବ୍ଦୁଲ ରଉଫ୍ ଏଠାରେ ମଙ୍ଗ ସମ୍ଭାଳିଛି । ଏଠାରେ ଭାରତ ବିରୋଧୀ ଷଡଯନ୍ତ୍ର ପ୍ରସ୍ତୁତ କରାଯାଉଛି ।ଏହି ଘଟଣା ପରେ ଭାରତ ପୁଣି ଏଠାରେ ଏୟାର ଷ୍ଟ୍ରାଇକ୍ କରିବ ବୋଲି ଆଶଙ୍କା କରାଯାଉଛି । କାରଣ ୨୦୧୯ରେ ହୋଇଥିବା ପୁଲଓ୍ୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ଏଠାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଥିଲା । ବାୟୁ ସେନାର ଏୟାରଷ୍ଟ୍ରାଇକରେ ଏଠାରେ ପ୍ରାୟ ୫୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।
ଭାରତ ଏବେ ପାକିସ୍ତାନର ସମସ୍ତ ଷଡଯନ୍ତ୍ରକୁ ପଣ୍ଡ କରିଦେଇଛି । ଘାଟିରେ ଗତ ବର୍ଷ ତୁଳନାରେ ଏଥର ଆତଙ୍କବାଦୀ କାର୍ଯ୍ୟକଳାପ କମ୍ ରହିଛି । ଏନେଇ ସେନାମୁଖ୍ୟ ନିଜେ ସୂଚନା ଦେଇଥିଲେ । ତେବେ ପୁଣି ଆରମ୍ଭ ହୋଇଥିବା ବାଲାକୋଟରେ ଆତଙ୍କବାଦୀଙ୍କ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେମାନେ ହିନ୍ଦୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନାରାବାଜି କରୁଛନ୍ତି ।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ