July 12, 2025

ତାତିଲା ଓକିଲ ସଂଘ: ୫ରେ ପଶ୍ଚିମ ଓଡ଼ିଶା ବନ୍ଦ

ସମ୍ବଲପୁର,୨୪/୧: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଥିବା ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ବାର୍ କାଉନସିଲର ସୁପାରିଶ ପରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ତାତି ଉଠିଛି। ଏହାର ପ୍ରତିବାଦରେ ଆସନ୍ତା ୫ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସେମାନଙ୍କ ଦାବି ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣଦେଖା କରି ଆସୁଥିବା ସଂଘ ଅଭିଯୋଗ କରିଛି। ଏଥିସହ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ଆନ୍ଦୋଳନରତ ଆଇନଜୀବୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବାର୍ କାଉନସିଲ ଅପ୍ ଇଣ୍ଡିଆକୁ ରାଜ୍ୟ ବାର୍ କାଉନସିଲ ପ୍ରସ୍ତାବ ଦେଇଛି। ଏପଟେ ଓକିଲଙ୍କ ନାଁ’ରେ ମାମଲା, ଅଦାଳତ ଅବମାନନା ପ୍ରକ୍ରିୟା ଆରମ୍ଭ ହେବା ପରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପ୍ରତିକ୍ରିୟାଶୀଳ ହୋଇଛି। ରାଜ୍ୟ ବାର୍ କାଉନସିଲର ଆଭିମୁଖ୍ୟ ପ୍ରତିବାଦରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଆୟୋଜିତ ହୋଇ ଫେବ୍ରୁଆରୀ ୫ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Spread the love