March 29, 2024

Satya News

odia news channel

ଛାଡ଼ପତ୍ର କାଗଜରେ ଦସ୍ତଖତ ନ କରିବାରୁ ମାଆକୁ ମାରିଦେଲା ପୁଅ

 

ନୂଆଦିଲ୍ଲୀ: ବାପା ଚାହୁଁଥିଲେ ଛାଡ଼ପତ୍ର, କିନ୍ତୁ ମାଆ ଅରାଜି ହେଲେ। ଏନେଇ ବାହାରେ ଟାହିଟାପରାର ଶିକାର ହେଲେ ନାବାଳକ ପୁଅ। ଆଉ ଶେଷରେ ଜନ୍ମକଲା ମାଆକୁ ହତ୍ୟା କଲା ସୈତାନ ପୁଅ। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଆସନ୍ତୁ ଜାଣିବା ପ୍ରକୃତରେ କଣ ଘଟିଲା ଯେ ଏତେ ତଳକୁ ଚାଲିଯାଇ ବୀଭତ୍ସ ଭାବେ ମାଆକୁ ହତ୍ୟା କଲା ପୁଅ।ସୂଚନା ଅନୁସାରେ ଆଉଟର ଦିଲ୍ଲୀର ଏକ ଅଞ୍ଚଳରେ ସ୍ୱାମୀଙ୍କ ଠାରୁ ସାଢ଼େ ୩ ବର୍ଷ ଧରି ଦୂରରେ ରହୁଥିଲେ ଜଣେ ମହିଳା।  ସେ ତାଙ୍କ ସାନ ଝିଅ ସହ ରହୁଥିଲେ। ପ୍ରାୟ ସମୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ଲାଗି ରହିବାରୁ ଦୁହେଁ ଅଲଗା ରହିବାକୁ ଏଭଳି ଚରମ ପଦକ୍ଷେପ ନେଇଥିଲେ। ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେବାକୁ ଚାହୁଁନଥିଲେ ପତ୍ନୀ। କିନ୍ତୁ ପରବର୍ତ୍ତୀ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ଯାଏଁ କଥା ଗଲା। ଏବେ ବି କୋର୍ଟରେ ସେହି ମାମଲା ଚାଲୁ ରହିଛି।

ପୋଲିସ କହିବା ଅନୁସାରେ ମୃତ ମହିଳାଙ୍କ ବଡ଼ ପୁଅ ବାପାଙ୍କ ସହ ରହୁଥିଲେ। ମଝିରେ ମଝିରେ ବଡ଼ ପୁଅ ମାଆ ପାଖକୁ ଆସେ ଏବଂ ଝଗଡ଼ା କରି ଯାଏ। ଏନେଇ ମୃତ ମହିଳାଙ୍କ ସାନ ଝିଅ ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି। ମାଆଙ୍କୁ ଭଲ ନ ପାଇବା, ବାପା ପାଖେ ରହି ଚକ୍ରାନ୍ତ କରିବା ଏବଂ ଶେଷରେ ବାପାଙ୍କ ଡାଇଭର୍ସ ପେପରରେ ସାଇନ୍ ନ କରିବାରୁ ରାଗି ଯାଇ ଏଭଳି କାଣ୍ଡ ଭିଆଇଥିବା କହିଛନ୍ତି ମୃତ ମହିଳାଙ୍କ ସାନ ଝିଅ।

ପରେ ମହିଳାଙ୍କ ମୃତଦେହ ଏକ ଅଜଣା ସ୍ଥାନରୁ ଉଦ୍ଧାର ପରେ ପୋଲିସ ଅନୁସନ୍ଧାନ କରି ଜାଣିବାକୁ ପାଇଲା, ଏଭଳି ଜଘନ୍ୟ ହତ୍ୟାକାଣ୍ଡର ଯୋଜନାବଦ୍ଧ। ଏପରିକି ବାପାମାଆଙ୍କ ଛାଡ଼ପତ୍ର ମାମଲା ଯୋଗୁଁ ସାଙ୍ଗମାନଙ୍କ ପରିହାସ ହତ୍ୟାକାଣ୍ଡର ଆଉ ଏକ ମୁଖ୍ୟ କାରଣ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏବେ ଅଭିଯୁକ୍ତ ନାବାଳକ ପୁଅକୁ ଗିରଫ କରି ଜୁଭେନାଇଲ୍ କୋର୍ଟରେ ହାଜର କରାଇଛି ପୋଲିସ।

Spread the love