March 29, 2023

Satya News

odia news channel

ନିର୍ଭୟା ଦୋଷୀଙ୍କ ଫାଶୀ ସ୍ଥଗିତ

ନୂଆଦିଲ୍ଲୀ,୩୧/୧: ଫେବୃଆରୀ ୧ରେ ଅର୍ଥାତ୍‌ ଶନିବାର ୪ ନିର୍ଭୟା ଦୋଷୀ ଫାଶୀ ପାଇବେନି ବୋଲି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ହୋଇପାରିବ ନାହିଁ ବୋଲି କୋର୍ଟ ପ୍ରକାଶ କରିଛନ୍ତି। ଏଥିସହ ଫାଶୀ ଲାଗି ଜାରି ହୋଇଥିବା ‘ଡେଥ୍ ୱାରେଣ୍ଟ’କୁ ଟ୍ରାଏଲ୍ କୋର୍ଟ ଖାରଜ କରିଛନ୍ତି। ଫଳରେ ଦୋଷୀ ଅକ୍ଷୟ ସିଂହ ଠାକୁର, ମୁକେଶ ସିଂହ, ବିନୟ କୁମାର ଶର୍ମା ଏବଂ ପବନ କୁମାର ଗୁପ୍ତାଙ୍କ ଫାଶୀ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ ରହିଛି। ସୂଚନାନୁଯାୟୀ, ଫାଶୀ ରୋକିବା ପାଇଁ ୪ ଜଣ ଦୋଷୀ ଗତକାଲି ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଥିଲେ। ସେମାନଙ୍କ ପାଖରେ ନ୍ୟାୟିକ ବିକଳ୍ପ ସୁଯୋଗ ରହିଥିବାରୁ ଏହା ପୂର୍ବରୁ ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାକୁ ଦୋଷୀଙ୍କ ଓକିଲ ଏପି ସିଂହ ଆବେଦନ କରିଥିଲେ। ଏହି ଅପରାଧ ମାମଲାରେ ସମସ୍ତ ବିକଳ୍ପ ଶେଷ ହୋଇ ନଥିବାରୁ ଦୋଷୀମାନଙ୍କୁ ସେମାନଙ୍କ ନ୍ୟାୟିକ ପ୍ରକ୍ରିୟା ଶେଷ କରିବା ନିମନ୍ତେ ସୁଯୋଗ ମିଳିବା ଜରୁରୀ ବୋଲି ଆଜି କୋର୍ଟରେ ସେ ଯୁକ୍ତି ବାଢ଼ିଥିଲେ।

Spread the love