ନିକଟରେ ଅନୁଷ୍କା ଶର୍ମାଙ୍କୁ ଇଡେନ ଗାର୍ଡେନରେ ଝୁଲନ ଗୋସ୍ୱାମୀଙ୍କ ସହ ଦେଖିବାକୁ ମିଳିଥିଲା
ନୂଆଦିଲ୍ଲୀ: ଫିଲ୍ମ ‘ସୁରମା’ରେ ହକି ଖେଳାଳି ଭୂମିକାରେ ଅଭିନୟ କରିଥିବା ବଲିଉଡ ଆକ୍ଟ୍ରେସ ତାପସୀ ପନ୍ନୁ ଖୁବ ଶୀଘ୍ର ପରଦାକୁ ଆସୁଥିବା ‘ସାବାସ ମିଥୁ’ରେ ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜଙ୍କ ଭୂମିକା ନିଭାଇବେ । ତାପସୀ ପିଳାବେଳୁ ସ୍ପୋର୍ଟସ ସହ ଜଡ଼ିତ । ବ୍ୟାଡିମେଣ୍ଟନ ତାଙ୍କ ପସନ୍ଦର ଖେଳ । କ୍ରୀଡ଼ା ପ୍ରତି ତାଙ୍କର ରୁଚି ଫିଲ୍ମ ଚୟନ ବେଳେ ବି ଦେଖିବାକୁ ମିଳିଥାଏ । ଇତିମଧ୍ୟରେ ଆଉ ଏକ ଖବର ଆସିଛି ଯେ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଏବେ ଦ୍ରୁତଗତିରେ ବୋଲିଂ କରୁଥିବା ଦେଖିବାକୁ ମିଳିବ । ଅନୁଷ୍କା ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ବୋଲର ଝୁଲନ ଗୋସ୍ୱାମୀଙ୍କ ବାୟୋପିକରେ ନଜର ଆସିବେ । ସେ ଇଣ୍ଡିଆନ ମୋଶନ ପିକଚର୍ସ ପ୍ରଡକ୍ସନ ଆସୋସିଏଶନରେ ‘ଚକଦାହ ଏକ୍ସପ୍ରେସ’ ଟାଇଟଲ ରେଜିଷ୍ଟର କରାଇଛନ୍ତି । ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଏଥିରେ ଜଣେ କ୍ରିକେଟର ଭୂମିକାରେ ଦେଖିବାକୁ ମିଳିବେ । ଉଲ୍ଲେଖଯୋଗ୍ୟ, ୨୦୧୮ରେ ଝୁଲନ ୱାନଡେ ମ୍ୟାଚରେ ୨୦୦ ଉଇକେଟ ନେବାରେ ପ୍ରଥମ ମହିଳା ଖେଳାଳି ମାନ୍ୟତା ପାଇଥିଲେ । ନିକଟରେ ଅନୁଷ୍କା ଓ ଝୁଲନଙ୍କୁ କୋଲକାତାର ଇଡେନ ଗାର୍ଡେନରେ ଦେଖିବାକୁ ମିଳିଥିଲା । ସେବେଠୁ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି ।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ