March 24, 2023

Satya News

odia news channel

ସିଦ୍ଧିବିନାୟଙ୍କୁ ୧୪ କୋଟିର ସୁନା ଦାନ କଲେ ଭକ୍ତ

ମୁମ୍ବାଇ,୨୧/୧: ମହାରାଷ୍ଟ୍ରର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଜଣେ ଭକ୍ତ ୩୫ କିଲୋଗ୍ରାମ ସୁନା ଦାନ କରିଛନ୍ତି। ଏହାର ମୂଲ୍ୟ ପ୍ରାୟ ୧୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସୂଚନାନୁଯାୟୀ, ଜଣେ ଭକ୍ତ ପ୍ରାୟ ଏକ ସପ୍ତାହ ପୂର୍ବରୁ ମନ୍ଦିରକୁ ଆସି ଏହି ସୁନା ଦାନ କରିଛନ୍ତି। ଦାନ କରାଯାଇଥିବା ଏହି ସୁନାକୁ ମନ୍ଦିରର କବାଟ ଓ ଅନ୍ୟ ସ୍ଥାନରେ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଆଦେଶ ବାନ୍ଦେକର ଏ ନେଇ ସୂଚନା ଦେଇଛନ୍ତି। କିନ୍ତୁ ଦାନ ଦେଇଥିବା ଭକ୍ତଙ୍କର ପରିଚୟ ଦେବାକୁ ମନା କରିଦେଇଛନ୍ତି। ତେବେ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ଭକ୍ତମାନେ ପ୍ରତିବର୍ଷ କୋଟି କୋଟି ଟଙ୍କା ଦାନ କରୁଥିଲେ ହେଁ ସେମାନଙ୍କ ନାମକୁ ସବୁବେଳେ ମନ୍ଦିର ପକ୍ଷରୁ ଗୋପନ ରଖାଯାଇଥାଏ। ଅନ୍ୟପକ୍ଷରେ ଦାନରେ ମିଳିଥିବା ଅର୍ଥକୁ ଅଦ୍ୟାବଧି ୨୦ ହଜାର ଲୋକଙ୍କୁ ସାହାଯ୍ୟ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଏହି ବାବଦରେ ଏଯାଏ ୩୮ କୋଟି ଖର୍ଚ୍ଚ ହୋଇଥିବା ସେ ସୂଚନା ଦେଇଛନ୍ତି।

Spread the love