May 16, 2026

ସର୍ବବୃହତ କ୍ରିକେଟ ଷ୍ଟାଡିୟମର ଉଦଘାଟନ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୪/୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ଏବଂ ୨୫ ତାରିଖରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପଙ୍କ ସମ୍ମାନ ନିମନ୍ତେ ଗୁଜୁରାଟର ଅହମଦାବାଦଠାରେ ‘କେମ୍ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ହ୍ୟୁଷ୍ଟନର ହାୱାଡ଼ି ମୋଦି ଢାଞ୍ଚାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହ ମୋଟେରାଠାରେ ପୁନଃନିର୍ମିତ ସର୍ଦ୍ଦାର ପଟେଲ ଷ୍ଟାଡିୟମକୁ ଉଦଘାଟନ କରିବେ। ଶହେ ନିୟୁତ ଡଲାର ବ୍ୟୟରେ ବିଶ୍ୱର ଏହି ସର୍ବବୃହତ ଷ୍ଟାଡିୟମକୁ ନିର୍ମାଣ କରାଯାଇଛି।

Spread the love