January 21, 2025

ସଲମାନଙ୍କ ଭାଲେଣ୍ଟାଇନ ଡେ’ ପ୍ଲାନ

ମୁମ୍ବାଇ,୧୪/୨: ଆଜି ଭାଲେଣ୍ଟାଇନ ଡେ’ ବା ପ୍ରେମ ଦିବସ। ଏହି ଦିନ ବଲିଉଡର ପ୍ରାୟ ସବୁ ଷ୍ଟାର ନିଜର ଭାଲେଣ୍ଟାଇନଙ୍କୁ ସ୍ପେସିଆଲ କରିବା ପାଇଁ ଲାଗିପଡିଥାନ୍ତି। ସଲମାନ ମଧ୍ୟ ନିଜ ଭାଲେଣ୍ଟାଇନ ଡେ ତାଙ୍କ ଗାର୍ଲଫ୍ରେଣ୍ଡ ୟୁଲିୟା ବଣ୍ଟୁରଙ୍କ ସହ ମନାଇବାକୁ ଯାଉଛନ୍ତି। ସଲମାନ ଏହି ଭାଲେଣ୍ଟାଇନରେ ଏକ ପାର୍ଟି ହୋଷ୍ଟ କରିବାକୁ ଧାର୍ଯ୍ୟ କରିଛନ୍ତି। ଏହି ପାର୍ଟିରେ ସଲମାନଙ୍କ ପରିବାର ଲୋକଙ୍କ ସହ ତାଙ୍କର କିଛି ଘନିଷ୍ଠ ଲୋକ ସାମିଲ ହେବେ। ବର୍ତ୍ତମାନ ସଲମାନଙ୍କ ହାତରେ ଦୁଇଟି ଫିଲ୍ମ ରହିଛି। ଗୋଟିଏ ‘ରାଧେ’ ଏବଂ ଅନ୍ୟଟି ‘କଭି ଇଦ କଭି ଦିୱାଲୀ’। ରାଧେ ଫିଲ୍ମରେ ତାଙ୍କ ସହ ଦିଶା ପଟାନି ନଜର ଆସିବେ। ପ୍ରଭୁଦେବା ଏହାର ନିର୍ଦେଶନା ଦେଇଛନ୍ତି। ୨୨ ମେ’ ରେ ଏହା ମୁକ୍ତିଲାଭ କରିବ। କଭି ଇଦ କଭି ଦିୱାଲୀ ଆସନ୍ତା ବର୍ଷ ଇଦରେ ପ୍ରେକ୍ଷାଳୟକୁ ଆସିବ ବୋଲି ସୂଚନା ମିଳିଛି।

Spread the love