March 27, 2025

ବ୍ରିଟେନର ନୂଆ ଅର୍ଥମନ୍ତ୍ରୀ ଭାବେ ଋଷି ସନକଙ୍କ ଦାୟିତ୍ୱ ଗ୍ରହଣ

ଲଣ୍ଡନ,୧୪/୨: ଇନଫୋସିସର ପ୍ରତିଷ୍ଠାତା ତଥା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସନକ ବ୍ରିଟେନର ନୂଆ ଅର୍ଥମନ୍ତ୍ରୀ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବ ଅର୍ଥମନ୍ତ୍ରୀ ସାଜିଦ ପଵିଦ କିଛିଦିନ ତଳେ ଇସ୍ତଫା ଦେଇଥିଲେ। ଋଷି ୨୦୧୫ରେ ସ୍ଥାନୀୟ ରିଚମଣ୍ଡ ପାର୍କରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ରେ ସେ ମନ୍ତ୍ରୀପଦ ପାଇଥିଲେ। ୨୦୧୯ରେ ସେ ଟ୍ରେଜେରୀର ମୁଖ୍ୟ ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ।

Spread the love