ଭୁବନେଶ୍ୱର,୧୦/୧: ଏଣିକି ଖରାଛୁଟିରେ ପ୍ରାଥମିକ ସ୍କୁଲରେ ହେବ ଏକ୍ସଟ୍ରା କ୍ଲାସ। ଦୁର୍ବଳ ଛାତ୍ରଙ୍କୁ ସ୍ବତନ୍ତ୍ର କ୍ଲାସ ନେଇ ଉଜ୍ଜ୍ୱଳ, ଉତଥାନ ଓ ଉତ୍କର୍ଷ କାର୍ଯ୍ୟକ୍ରମ ମାଧ୍ୟମରେ ପାଠ ପଢ଼ାଇବେ ଶିକ୍ଷକ। ଏ ନେଇ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନାନୁଯାୟୀ, ଆଗାମୀ ଗ୍ରୀଷ୍ମଛୁଟିରେ ଶିକ୍ଷକମାନେ ସମ୍ପୂର୍ଣ୍ଣ ଛୁଟି ନ ନେଇ ଏହି ସମୟରେ ବିଦ୍ୟାଳୟର ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ। ଏହାଦ୍ୱାରା ସରକାରୀ ବିଦ୍ୟାଳୟରେ ପାସହାର ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଛନ୍ତି।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ