ଭୁବନେଶ୍ୱର,୧୦/୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ଉଚ୍ଚକ୍ଷମତା ସମ୍ପନ୍ନ ବୈଠକର ୩ ପ୍ରକଳ୍ପର ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଉକ୍ତ ପ୍ରକଳ୍ପ ୩ଟିରେ ୧୭ ହଜାର ୮୩୩ କୋଟି ପୁଞ୍ଜି ନିବେଶ ହେବ। ଏହାଦ୍ୱାରା ୬୫୩୯ ନିଯୁକ୍ତି ସୃଷ୍ଟି ହେବ ବୋଲି ଜଣାପଡ଼ିଛି। ଏ ନେଇ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ହିଣ୍ଡାଲକୋ ୮ ହଜାର କୋଟି ନିବେଶ କରୁଥିବାବେଳେ ଏଥିରେ ୪,୨୫୦ ଜଣ ନିଯୁକ୍ତି ପାଇବେ। ସେହିଭଳି ନ୍ୟାଶନାଲ୍ ଥର୍ମାଲ ପାୱାର କର୍ପୋରେଶନ୍(ଏନ୍ଟିପିସି) ତାଳଚେରର ସମ୍ପ୍ରସାରଣକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏଥିରେ ୭୬୯୮ କୋଟି ଟଙ୍କା ନିବେଶ ହେବ। ସୁନ୍ଦରଗଡ଼ରେ ରୁଙ୍ଗଟା ମାଇନ୍ସ ଇସ୍ପାତ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ଏଥିରେ ୨୧୩୫ କୋଟି ଟଙ୍କା ନିବେଶ ହେବ। ଏଥିରେ ୨୨୮୮ ଜଣ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍