April 16, 2024

Satya News

odia news channel

ବର୍ଷ ୨୦୨୦ର ପ୍ରଥମ ଶୁକ୍ରବାରରେ ଆସୁଛି ଏହି ୬ ଫିଲ୍ମ

ମୁମ୍ବାଇ: ବର୍ଷ ୨୦୨୦ର ପ୍ରଥମ ଶୁକ୍ରବାରରେ ପରଦାକୁ ଆସୁଛି ଅଧ ଡଜନ ଚଳଚ୍ଚିତ୍ର। ସେଗୁଡିକ ହେଲା ସବ କୁଶଳ ମଙ୍ଗଳ, ଭାଙ୍ଗଡା ପା ଲେ, ଶିମଲା ମିର୍ଚ୍ଚ, ଏସିଡ, ଇଂଲିଶ କି ଟାଏ ଟାଏ ଫିସ ଏବଂ ଅନ୍ତର୍ବ୍ୟଥା। ଏଗୁଡିକ ମଧ୍ୟରୁ କୌଣସି ବି ଫିଲ୍ମ ବଡ଼ ବଜେଟର ହୋଇନଥିବାବେଳେ ଅଧିକାଂଶରେ ସେମିତି କେହି ବଡ଼ ବି ଷ୍ଟାର ଅଭିନୟ କରିନାହାନ୍ତି।

sab kushal mangal
sab kushal mangal

 

ଏହା ଭିତରୁ ଅଧିକାଂଶ ଫିଲ୍ମର ନାମ ପୂର୍ବରୁ ଶୁଣିବାକୁ ମଧ୍ୟ ମିଳିନାହିଁ। କିନ୍ତୁ ଶିମଲା ମିର୍ଚ୍ଚରେ ରାଜକୁମାର ରାଓ, ରକୁଲ ପ୍ରୀତ ସିଂ ଏବଂ ହେମା ମାଳିନୀଙ୍କ ଭଳି ଷ୍ଟାରମାନେ ଅଭିନୟ କରିଛନ୍ତି। ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦେଶକ ରମେଶ ସିପ୍ପୀ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। ସବ କୁଶଳ ମଙ୍ଗଳ ଫିଲ୍ମରେ ଭୋଜପୁରୀ ଅଭିନେତା ରବି କିଷନଙ୍କ ଝିଅ ରିବା ଡେବ୍ୟୁ କରିଛନ୍ତି।

bhanda pa le
bhanda pa le

 

ସୂଚନାଯୋଗ୍ୟ, ବଲିଉଡର ଫିଲ୍ମ ନିର୍ମାତାମାନଙ୍କ ଭିତରେ ଅନ୍ଧବିଶ୍ୱାସ ରହିଛି ଯେ ନବବର୍ଷର ପ୍ରଥମ ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମଗୁଡିକ ଭଲ ବ୍ୟବସାୟ କରେନାହିଁ। ତେଣୁ ବଡ଼ ବଡ଼ ପ୍ରଯୋଜକ ଏହି ଦିନ କୌଣସି ବି ଫିଲ୍ମ ରିଲିଜ କରିନଥାନ୍ତି।

simla mirch
simla mirch

 

କିନ୍ତୁ ଛୋଟ ଫିଲ୍ମ ନିର୍ମାତାମାନଙ୍କ ଫିଲ୍ମଗୁଡିକୁ ସିନେମା ହଲ ମିଳୁ ନଥିବାରୁ ସେମାନେ ଏହିଦିନ ଫିଲ୍ମ ରିଲିଜ କରିବା ପାଇଁ ବାଧ୍ୟ ହୋଇଥାନ୍ତି। ଅନ୍ୟପକ୍ଷରେ ‘ଗୁଡ ନ୍ୟୁଜ’ ଏବଂ ‘ଦବଙ୍ଗ-୩’ ଭଳି ବଡ଼ ଫିଲ୍ମ ଏବେ ବି ସିନେମା ହଲରେ ଥିବାରୁ ନୂଆ ଫିଲ୍ମଗୁଡ଼ିକୁ ଗୋଟିଏ କିମ୍ବା ଦୁଇଟି ଶୋ ମିଳିବ।

ଏମିତିକି ଏଗୁଡ଼ିକୁ ସବୁ ସହରର ଦର୍ଶକେ ଦେଖିବାକୁ ପାଇନପାରନ୍ତି।

Spread the love