March 27, 2025

କମିସନରେଟ ପୋଲିସର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨/୧: କମିସନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ଗୁରୁବାର ଭୁବନେଶ୍ୱରସ୍ଥିତ ଓଏସଏସ ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ପାଳିତ ହୋଇଛି। ଏହି ଅବସରରେ କମିସନରେଟ ପୋଲିସ ମୁଖ୍ୟାଳୟର ନାମ ବଦଳିବ ବୋଲି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ଘୋଷଣା କରିଛନ୍ତିି। କମିସନରେଟ୍ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପୋଲିସ ସେବା ଭବନ ନାଁ’ରେ ନାମିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ଏଣିକି ଟ୍ରାଫିକ୍ ସମସ୍ୟା ଦୂର କରିବା ଏବଂ ବରିଷ୍ଠ ନାଗରିକ ଓ ମହିଳାଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଯୋଗଦେଇ କହିଛନ୍ତି, ଦ୍ୱୈତନଗରୀରେ ୟୁନିଫାଏଡ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା ହେବ। ସେହିପରି ତ୍ୱରିତ ଓ ସମନ୍ୱିତ କାର୍ଯ୍ୟ ସହରାଞ୍ଚଳ ପୋଲିସ ପାଇଁ ବଡ ଚ୍ୟାଲେଞ୍ଚ ହେବ ବୋଲି ଡିଜିପି ଅଭୟ କହିଛନ୍ତି।

Spread the love