July 26, 2024

Satya News

odia news channel

ବାପାଙ୍କ ଶ୍ରାଦ୍ଧ ବାର୍ଷିକୀରେ ୯ ବନ୍ଦୀଙ୍କୁ ସ୍ୱାଧୀନତା ଉପହାର ଦେଲେ ଏହି ବ୍ୟକ୍ତି

୯ ଜଣ କଏଦୀଙ୍କ ଜରିମାନା ଅର୍ଥ ପଇଠ କରିଛନ୍ତି ପ୍ରଭେନ୍ଦ୍ର
ଆଗ୍ରା,୨ ।୧: ଆଗ୍ରା ଜେଲରୁ ୯ ଜଣ କଏଦୀ ବୁଧବାର ମୁକ୍ତ ହୋଇଛନ୍ତି । ଏହା ସମ୍ଭବ ହୋଇଛି ଜଣେ ଅଚିହ୍ନା ଅଶୁଣା ବ୍ୟକ୍ତିଙ୍କ ସାହାଯ୍ୟ ଯୋଗୁ । ଏହି ୯ କଏଦୀ ସେମାନଙ୍କ ଦଣ୍ଡ ଭୋଗି ସାରିଥିଲେ । ହେଲେ ସେମାନଙ୍କ ଉପରେ ବକେୟା ଥିବା ଜରିମାନା ଅର୍ଥ ପଇଠ କରି ପାରି ନଥିବାରୁ ବର୍ଦ୍ଧିତ ଅବଧି ପାଇଁ କାରାଗାରରେ ଭୋଗୁଥିଲେ ଅତିରିକ୍ତ ଦଣ୍ଡ । ସେମାନେ ସମସ୍ତେ ମାମୁଲି ଅପରାଧ ଘଟାଇ ଜେଲ ଯାଇଥିଲେ । ସମାଜସେବୀ ପ୍ରଭେନ୍ଦ୍ର କୁମାର ଯାଦବ ନିଜ ବାପାଙ୍କ ଶ୍ରାଦ୍ଧ ବାର୍ଷିକୀରେ ସେମାନଙ୍କ ଜରିମାନା ଅର୍ଥ ପଇଠ କରିଥିଲେ, ଯାହାକି ୬୧,୩୩୩ ଟଙ୍କା । ଏହା ପରେ ୯ କଏଦୀ ମୁକ୍ତିର ସ୍ୱାଦ ଚାଖିବାରେ ସକ୍ଷମ ହୋଇଛନ୍ତି । ଏହି ଅବସରରେ ପ୍ରଭେନ୍ଦ୍ର କହିଛନ୍ତି, ବାପା ସ୍ୱର୍ଗତଃ ନିବାସ ଯାଦବଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ମୁଁ ବନ୍ଦୀମାନଙ୍କ ଜରିମାନା ଭରିବାକୁ ନିଷ୍ପତ୍ତି ନେଲି । ମୋ ମତରେ ବାପାଙ୍କୁ ଏହା ଉପଯୁକ୍ତ ଶ୍ରଦ୍ଧାଞ୍ଜଳି । ଆଗ୍ରା ଜେଲ ଅଧୀକ୍ଷକ ଶଶିକାନ୍ତ ମିଶ୍ର କହନ୍ତି, ଏନଜିଓ, ଡାକ୍ତର, ବ୍ୟବସାୟୀ ଓ ଅନ୍ୟ ବ୍ୟକ୍ତିଙ୍କ ଦ୍ୱାରା ଜରିମାନା ପଇଠ ଯୋଗୁ ଅଦ୍ୟାବଧି ୩୧୩ କଏଦୀ ମୁକୁଳିସାରିଲେଣି । ଏହି ବାବଦକୁ ଆମେ ୨୧ ଲକ୍ଷ ଟଙ୍କା ପାଇଛୁ ।

Spread the love