July 27, 2024

Satya News

odia news channel

ମହିଳାଙ୍କୁ କ୍ଷମା ମାଗିଲେ ପୋପ, କାରଣ ଜାଣନ୍ତୁ

କ’ଣ ପାଇଁ ପୋପଙ୍କ ଘଟିଲା ଧୈର୍ଯ୍ୟଚୁତି ? ମହିଳାଙ୍କୁ କହିଲେ ‘ସରି’

Pope Francis Apologizes After Slapping

ଭାଟିକାନ ସିଟି,୨।୧: କ୍ୟାଥୋଲିକ ଧର୍ମଗୁରୁ ପୋପ ଫ୍ରାନ୍ସିସ ଶ୍ରଦ୍ଧାଳୁଙ୍କୁ ଅଭିବାଦନ ଜଣାଇବା ସମୟରେ ତାଙ୍କୁ ଧରିପକାଇଥିବା ଜଣେ ମହିଳାଙ୍କ ହାତରେ ଚାପୁଡ଼ା ମାରିଥିଲେ । ଏହି ଭୁଲ ପାଇଁ ସେ ଦୁଃଖ ପ୍ରକାଶ କରିବା ସହ ସମ୍ପୃକ୍ତ ମହିଳାଙ୍କୁ କ୍ଷମା ମାଗିଛନ୍ତି । ଏହାର କିଛି ସମୟ ପରେ ପୋପ ନିଜ ଭାଷଣରେ ମହିଳାଙ୍କ ବିରୋଧରେ ସବୁ ପ୍ରକାର ହିଂସାର ନିନ୍ଦା କରିଛନ୍ତି । ପୋପ ନୂଆବର୍ଷର ପୂର୍ବ ସନ୍ଧ୍ୟାରେ କ୍ୟାଥୋଲିକ ଧର୍ମାବଲମ୍ବୀଙ୍କ ଗହଣରେ ପହଂଚିଥିଲେ । ସେଣ୍ଟ ପିର୍ଟସ ସ୍କୋୟାରରେ ପିଲାଙ୍କୁ ଅଭିବାଦନ ଜଣାଇବାବେଳେ ମହିଳା ଜଣକ ତାଙ୍କ ହାତକୁ ଧରି ପକାଇଥିଲେ । ପୋପ ଭାଟିକାନରେ ସାମୁହିକ ପ୍ରାଥନା ପୂର୍ବରୁ କ୍ୟାଥୋଲିକ ଚର୍ଚ୍ଚରେ କହିଲେ, ଆମେ ଅନେକ ଥର ନିଜ ଉପରୁ ନିୟନ୍ତ୍ରଣ ହରାଇବସୁ । ମୋ କ୍ଷେତ୍ରରେ ବି ଏପରି ହୋଇଥାଏ । ମୁଁ କାଲିର ଖରାପ ଦୃଷ୍ଟାନ୍ତ ପାଇଁ କ୍ଷମା ମାଗୁଛି । ମହିଳା ପ୍ରଶଂସକଙ୍କ ହାତରୁ ନିଜକୁ ଛଡ଼ାଇବା ପାଇଁ ତାଙ୍କ ହାତରେ ଚାପୁଡ଼ା ମାରିବା ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଟୁଇଟରରେ ମଧ୍ୟ ଲୋକେ ପୋପଙ୍କ ଏଭଳି ପ୍ରତିକ୍ରିୟା ଉପରେ ଟିପ୍ପଣୀ ଦେଇଛନ୍ତି ।

 

Spread the love