March 29, 2024

Satya News

odia news channel

ଗଞ୍ଜାମରୁ ଆସିଲା ଖୁସି ଖବର, ସୋମବାର ସମସ୍ତ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍

 

ବ୍ରହ୍ମପୁର, :  ରାଜ୍ୟରେ କରୋନା ଗ୍ରାଫ୍ ଖସୁଛି । ନୂଆ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସଂଖ୍ୟକ ସଂକ୍ରମିତ ଆରୋଗ୍ୟ ଲାଭ କରୁଛନ୍ତି । ପ୍ରାୟ ସବୁ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା କମୁଛି । ଏହାମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଖୁସି ଖବର । ଆଜି ଟେଷ୍ଟ ହୋଇଥିବା ସମସ୍ତ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଛି ।

ଏକଦା କରୋନର ହବ୍ ଥିଲା ଗଞ୍ଜାମ । ପ୍ରତିଦିନ ୫୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ । ଏବେ କିନ୍ତୁ ସଂକ୍ରମଣ କମିଛି । କମ୍ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ସୋମବାର ଜିଲ୍ଲାରେ ଟେଷ୍ଟ ହୋଇଥିବା ସମସ୍ତ ନମୂନା ନେଗେଟିଭ୍ ଆସିଛି ।

ସୋମବାର ଜିଲ୍ଲାରେ ୩୫୯୭ଟି ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା । ଏଥିରେ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଏହାସହ ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛି ଜିଲ୍ଲା ପ୍ରଶାସନ ।

Spread the love