ୱାସିଂଟନ : ଆମେରିକା ରାଷ୍ଟ୍ରପତିଙ୍କ କୋଭିଡ-୧୯ ପରାମର୍ଶଦାତା ବୋର୍ଡର ୩ ସଦସ୍ୟଙ୍କ ମଧ୍ୟରେ ଇଣ୍ଡୋ-ଆମେରିକନ ଡା.ବିବେକ ମୂର୍ତ୍ତି ମଧ୍ୟ ଅଛନ୍ତି। ନବ ନିର୍ବଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ବିବେକ ପରାମର୍ଶ ଦେବେ। କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଆମେରିକାରେ ୨ଲକ୍ଷ ୩୬ ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ୪୩ ବର୍ଷ ବୟସ୍କ ଡା.ମୂର୍ତ୍ତି ଆମେରିକାରେ ସର୍ଜନ ଜେନେରାଲ ଅବସ୍ଥାପିତ ଥିଲେ।
ଡା.ମୂର୍ତ୍ତି ତଙ୍କର ଅନ୍ୟ ଦୁଇ ସହ ଅଧ୍ୟକ୍ଷ ଡା.ଡେଭିଡ କେସ୍ଲର ଓ ଡା.ମାର୍ସେଲା ନୁନେଜ ସ୍ମିଥ୍ଙ୍କ ସହ ମିସି ଦେଶରେ ଘାତକ ଭୂତାଣୁ ନେଇ ନବନିର୍ବାଚିତ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ପରାମର୍ଶଦାତା ଅଗ୍ରଣୀ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍ର ନେତୃତ୍ୱ ନେବେ। ଏବେ ବିଶ୍ୱରେ ଆମେରିକା ସର୍ବାଧିକ କୋଭିଡ-୧୯ ପ୍ରଭାବିତ ଦେଶ। ରାଷ୍ଟ୍ରପତି ନିର୍ବାଚିତ ହେବା ପରେ କରୋନା ଭାଇରସ ମହାମାରୀର ମୁକାବିଲା ତାଙ୍କ ପ୍ରଶାସନର ପ୍ରାଥମିକତା ହେବ ବୋଲି ବିଡେନ ଘୋଷଣା କରିଛନ୍ତି।
ଡା.ମୂର୍ତ୍ତି ଆମେରିକାର ୧୯ତମ ସର୍ଜନ ଜେନେରାଲ ଥିଲେ। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସେ ଏହି ପଦରେ କାର୍ଯ୍ୟ କରିଥିଲେ। ସେହିପରି ଡା. କେସ୍ଲର ୧୯୯୦ରୁ ୧୯୯୭ ମସିହା ପର୍ଯ୍ୟନ୍ତ ଆମେରିକା ଫୁଡ ଏଣ୍ଡ ଡ୍ରଗ ଆଡମିନେଷ୍ଟ୍ରେସନର କମିଶନର ଥିଲେ। ଡା. ନୁନେଜ୍ ସ୍ମିଥ୍ ୟେଲ ୟୁନିଭର୍ସିଟିରେ ଇଟରନାଲ ମେଡିସିନର ସହାୟକ ପ୍ରଫେସର ଅବସ୍ଥାପିତ ଅଛନ୍ତି।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ