March 22, 2025

ଅଣ୍ଡା ଚୋରି କରି ଗିରଫ : ଦୋକାନରୁ ଲୁଟିଥିଲେ ଶତାଧିକ ପେଟି ଅଣ୍ଡା, ଧରିଲା ପୋଲିସ

 

ସାଲେପୁର : କଟକ ଜିଲ୍ଲା ସାଲେପୁର ବାବା ସାଇ ଏଗ୍ଗ ଟ୍ରେଡ଼ର୍ସରୁ ଲକ୍ଷାଧିକ ଟଙ୍କାର ଅଣ୍ଡା ଚୋରି ମାମଲାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଏହାସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ମଧ୍ୟ କରିଛି ।

ସୂଚନାନୁସାରେ,   ବାବା ସାଇ ଏଗ୍ଗ ଟ୍ରେଡ଼ର୍ସର ମାଲିକ ଅବଦୁଲ ରଜାକ  ଲକ୍ଷାଧିକ ଟଙ୍କାର ଣ୍ଡା ଚୋରି ହୋଇଥିବାନେଇ ଜଗତପୁର ଥାନା ପାଗା ଫାଣ୍ଡିରେ  ଅଭିଯୋଗ କରିଥିଲେ। ଏହି ଘଟଣାରେ ଜଗତପୁର ପୋଲିସ ସାଲେପୁର ଥାନା ଲୁଣାହାର ଗାଁର ପ୍ରମୋଦ ବେହେରା ଓରଫ କାବୁଲାକୁ ଗିରଫ କିରଛି । କେସ୍ ନଂ୪୬୨/୨୦ରେ ଏକ ମାମଲା ରଜୁ କରି ୪୫୭/୩୮୦ ଆଇପିସି ଧାରାରେ ପ୍ରମୋଦଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

ଏଥିସହ ଏକ ଟାଟା୪୦୭ଗାଡି,  ୪୫ହଜାର ଟଙ୍କାର ୩୦କାର୍ଟୁନ ଅଣ୍ଡା ମଧ୍ୟ ଜବତ କରିଛି ପୋଲିସ।ସୂଚନାଯୋଗ୍ୟ ଯେ, ପାଖାପାଖି ୧୨୦ପେଟି ଅଣ୍ଡା ଚୋରି ହୋଇଥିବା ନେଇ ଟ୍ରେଡ଼ର୍ସର ମାଲିକ ପାଗା ଫାଣ୍ଡିରେ ଅଭିଯୋଗ କରିଥିଲେ।ଟ୍ରେଡ଼ର୍ସର ମାଲିକ ହେଲେ ବହାଦୁଲାପାଟଣା ଗାଁର ଅବଦୁଲ ରଜାକ।

Spread the love