July 12, 2025

ନିର୍ଭୟା ମାମଲା: ଶୁକ୍ରବାର ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୩/୨: ନିର୍ଭୟା ମାମଲାର ଦୋଷୀଙ୍କୁ ପୃଥକ୍‌ ଭାବେ ଫାଶୀ ପାଇଁ କେନ୍ଦ୍ର ସରକାର କରିଥିବା ଆବେଦନର ଶୁଣାଣି ଶୁକ୍ରବାର ଦିନ କରାଯିବ। ଏ ସମ୍ପର୍କରେ ଗୁରୁବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ଆଜି ସୁପ୍ରିମ୍‌କୋର୍ଟ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶଙ୍କ ଆବେଦନର ମଧ୍ୟ ଶୁଣାଣି କରିଛନ୍ତି। ଏହି ସମୟରେ ଦୋଷୀମାନଙ୍କୁ କେନ୍ଦ୍ର ସରକାରଙ୍କ ଆବେଦନର ପ୍ରତ୍ୟୁତ୍ତର ଶୁକ୍ରବାର ସୁଦ୍ଧା ଦାଖଲ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀ ପବନ ଗୁପ୍ତାଙ୍କ ପାଇଁ ଗୁରୁବାର ସୁପ୍ରିମ୍‌କୋର୍ଟ ଆମିକସ୍‌ କ୍ୟୁରି ଭାବେ ଆଡ୍‌ଭୋକେଟ୍‌ ଅଞ୍ଜନ ପ୍ରକାଶଙ୍କୁ ନିଯୁକ୍ତ କରିଛନ୍ତି। ତାଙ୍କୁ ସହଯୋଗ କରିବାକୁ କୌଣସି ଓକିଲ ନଥିବା ପବନ ପୂର୍ବରୁ କହିଥିଲେ। ଚାରି ଅପରାଧୀଙ୍କ ମଧ୍ୟରୁ ପବନ ଏ ପର୍ଯ୍ୟନ୍ତ କୁରେଟିଭ୍‌ ପିଟିସନ୍‌ ଦାଏର କରିନାହାନ୍ତି। ଏହାବ୍ୟତୀତ ତାଙ୍କର ରାଜକ୍ଷମା ଆବେଦନ ବିକଳ୍ପ ମଧ୍ୟ ରହିଛି। ଅନ୍ୟପକ୍ଷରେ ରାଜକ୍ଷମା ଅଗ୍ରାହ୍ୟକୁ ଚାଲେଞ୍ଜ୍‌ କରି ଦୋଷୀ ବିନୟ ଶର୍ମା କରିଥିବା ଆବେଦନକୁ ମଧ୍ୟ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି।

Spread the love