ଆମରାବତୀ,୨୪/୧: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ କେ-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ପାଣି ଭିତରୁ ଛଡାଯାଇଥିବା ଏହି କ୍ଷେପଣାସ୍ତ୍ରର ୩୫୦୦ କିମି ଲକ୍ଷ୍ୟଭେଦ କ୍ଷମତା ରହିଛି। ଏହା ପୂର୍ବରୁ ଗତ ୨୦ ତାରିଖରେ ଭାରତ ଆନ୍ଧ୍ର ପ୍ରଦେଶ ତଟରେ ୩୫୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରଖୁଥିବା ପରମାଣୁ ଅସ୍ତ୍ରବାହକ କେ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଥିଲା। ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଭାରତର ପରମାଣୁ ଆକ୍ରମଣ କ୍ଷମତା ଆହୁରି ଶକ୍ତିଶାଳୀ ହୋଇଛି। ଏହାଦ୍ଵାରା ସମଗ୍ର ଏସିଆରେ ଭାରତକୁ ଏକ ନୂଆ ପରିଚୟ ମିଳିଛି।
More Stories
ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୫୭ ସଂକ୍ରମିତ ଚିହ୍ନଟ
୨୧ ତାରିଖ ଇଡି ଅଫିସ ଘେରାଉ କରିବ କଂଗ୍ରେସ