July 27, 2024

Satya News

odia news channel

ସୁଧୁରିବ ଭାରତର ଅର୍ଥନୀତି

ମାନ୍ଦାବସ୍ଥାରୁ ମୁକ୍ତି ଖୁବ ଶୀଘ୍ର

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତର ମାନ୍ଦାବସ୍ଥାରେ ସୁଧାର ଆସିବା । ଏନେଇ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ପକ୍ଷରୁ ସୂଚନା ଦିଆଯାଇଛି । ଦେଖାଦେଇଥିବା ସମସ୍ୟା ଅସ୍ଥାୟୀ ବୋଲି ବିଶ୍ୱ ଅର୍ଥନୈତିକ ଫୋରମ୍-୨୦୨୦ ଅବସରରେ
ଆଇଏମ୍ଫ୍ ର ମ୍ୟାନେଜିଂ ଡାଇରେକ୍ଟର୍ କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ବିଶ୍ୱର ଆର୍ଥିକ ପ୍ରେକ୍ଷାପଟ୍ଟ ନେଇ ଯାହା ଅନୁମାନ କରାଯାଇଥିଲା ସେହି ତୁଳନାରେ ଚଳିତ ଜାନୁଆରୀରେ ତାହା ଖୁବ୍ ଭଲ ସ୍ଥିତିରେ ରହିଛି ବୋଲି କ୍ରିଷ୍ଟାଲିନା ଦର୍ଶାଇବା ସହ ଏଥିପାଇଁ କେତେକ କାରଣ ଦାୟୀ ବୋଲି କହିଛନ୍ତି । ଆମେରିକା ଓ ଚୀନ ମଧ୍ୟରେ ସକାରାତ୍ମକ ବ୍ୟାବସାୟିକ ବୁଝାମଣା ଏବଂ ଟ୍ୟାକ୍ସ ହ୍ରାସ ପ୍ରମୁଖ କାରଣ ବୋଲି କୁହାଯାଇଥିବାବେଳେ ୩.୩ ପ୍ରତିଶତ ଅଭିବୃଦ୍ଧିକୁ ଆଦୌ ଭଲ ପରିସ୍ଥିତି କୁହାଯାଇପାରିବନି ବୋଲି ମଧ୍ୟ ସେ କହିଛନ୍ତି । ଆହୁରି କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ଅଭିବୃଦ୍ଧି ନିରୁତ୍ସାହଜନକ ରହିଛି । ତେଣୁ ବିତ୍ତୀୟ ନୀତିରେ ଗଠନମୂଳକ ପରିବର୍ତ୍ତନ ସହ ଆନୁସଙ୍ଗିକ ପଦକ୍ଷେପ ନେବାକୁ ପଡ଼ିବ । ବିଶ୍ୱବଜାର ସମ୍ପ୍ରତି ଅଧିକ ବଢ଼ିବାରେ ଲାଗିଥିବାରୁ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି । କିନ୍ତୁ ଭାରତରେ ଦେଖାଦେଇଥିବା ମାନ୍ଦାବସ୍ଥାରେ ଆଗକୁ ସୁଧାର ଆସିବାର ଅନୁମାନ କରାଯାଉଛି । ଏଭଳି ପରିସ୍ଥିତିରେ ଇଣ୍ଡୋନେସିଆ ଓ ଭିଏତନାମ ସମେତ ଆଫ୍ରିକୀୟ ଦେଶଗୁଡ଼ିକରେ ଆର୍ଥିକ ସ୍ଥିତି ଉତ୍ସାହଜନକ ରହିଥିବାବେଳେ ମେକ୍ସିକୋ ଭଳି କେତେକ ଦେଶ ଭଲ ସ୍ଥିତିରେ ନାହାନ୍ତି ବୋଲି କ୍ରିଷ୍ଟାଲିନା ସୂଚନା ଦେଇଛନ୍ତି ।

Spread the love