ଭୁବନେଶ୍ୱର,୨୪/୧: ଏଥର ବଦଳିବ ସାଧାରଣତନ୍ତ୍ର ଉତ୍ସବର ରୂପ। ଚଳିତବର୍ଷ ଜାନୁୟାରୀ ୨୬ରେ କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ ନାହିଁ। କଟକ ସହରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଦାୟିତ୍ୱ ତୁଲାଇବାକୁ ଧାର୍ଯ୍ୟ ହୋଇଥିବାବେଳେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଓ ପରେଡ ଉତ୍ସବରେ ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଯୋଗଦେବେ।
ରାଜ୍ୟପାଳ ସମ୍ମିଳିତ ପରେଡରେ ଅଭିଭାବଦନ ଗ୍ରହଣ କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଭିଭିଆଇପି ଏନକ୍ଲୋଜରରେ ବସିବେ। ସେହିପରି ସଂସଦୀୟ ବ୍ୟାପାର ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୁବର୍ଣ୍ଣପୁରରେ ପାତାକା ଉତ୍ତୋଳନ କରିବେ।
ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୁନ୍ଦରଗଡ଼, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମ୍ବଲପୁର, ମନ୍ତ୍ରୀ ପଦ୍ମନାଭ ବେହେରା କେନ୍ଦୁଝର, ମନ୍ତ୍ରୀ ପ୍ରତାପ ଜେନା ପୁରୀ, ମନ୍ତ୍ରୀ ଅରୁଣ ସାହୁ ଗଞ୍ଜାମ, ସୁଦାମ ମାର୍ଣ୍ଡି ବାଲେଶ୍ୱରରେ ପାତାକା ଉତ୍ତୋଳନ କରିବେ ବୋଲି ବିଜ୍ଞପ୍ତି ଜାରି କରାଯାଇଛି।
More Stories
Satya News24
ନିଶା-ରାଣୀ ପଣ୍ଡା ଅଡିଓ ଭାଇରାଲ
ସ୍ନାନବେଦୀରୁ ସିଧା ପ୍ରସାରଣ