ବେଙ୍ଗାଲୁରୁ,୨୦/୧: ଅଷ୍ଟ୍ରେଲିଆ ବିପକ୍ଷ ୩ୟ ଦିନିକିଆରେ ବିଜୟୀ ହେବା ସହ ଉକ୍ତ ଦିନିକିଆ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଛି। ଏମ୍ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତୀୟ ବ୍ୟାଟସ୍ମ୍ୟାନ୍ମାନେ ଦମଦାର ପ୍ରଦର୍ଶନ କରିବାରୁ କଙ୍ଗାରୁ ଦଳ ପରାଜୟ ସ୍ୱୀକାର କରିଛି। ଓପନର ରୋହିତ ଶର୍ମା ୧୧୯ ରନ୍ ଓ ଅଧିନାୟକ ବିରାଟ କୋହଲି ୮୯ ରନର ବିସ୍ଫୋରକ ବ୍ୟାଟିଂ କରି ଦର୍ଶକଙ୍କ ମନ ଜିଣିବା ସହ ଅଷ୍ଟ୍ରେଲିଆକୁ ପରାସ୍ତ କରିଛନ୍ତି। ଦ୍ୱିତୀୟ ଇନିଂସରେ ଭାରତ ୪୭.୩ ଓଭରରେ ମାତ୍ର ୩ଟି ଓ୍ଵିକେଟ ହରାଇ ୨୮୯ ରନ୍ କରି ଲକ୍ଷ୍ୟ ହାସଲ କରିଛନ୍ତି। ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କଙ୍ଗାରୁ ଦଳ ୫୦ ଓଭରରେ ୯ଟି ଓ୍ଵିକେଟ୍ ହରାଇ ୨୮୬ ରନ୍ କରିଥିଲା। ୨୮୭ ରନ୍ର ଲକ୍ଷ୍ୟନେଇ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା। ପୂର୍ବରୁ ମୁମ୍ବାଇ ଦିନିକିଆରେ ଅଷ୍ଟ୍ରେଲିଆ ୧୦ ଓ୍ଵିକେଟରେ ବିଜୟୀ ହେଇଥିବାବେଳେ ଭାରତ ଦ୍ୱିତୀୟ ଦିନିକିଆକୁ ୩୬ ରନ୍ରେ ଜିତି ସିରିଜକୁ ଫେରିଥିଲା। ଆରମ୍ଭରୁ ଭାରତୀୟ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଭାରତ ପ୍ରଥମ ଓ୍ଵିକେଟ ଭାବେ ୧୨.୩ ଓଭରରେ ଲୋକେଶ ରାହୁଲଙ୍କୁ ହରାଇଥିଲା। ସେ ଆଷ୍ଟନ ଆଗରଙ୍କ ବଲ୍ରେ ଏଲବିଡବ୍ଲ୍ୟୁ ହୋଇ ରାହୁଲ ପାଭଲିଅନ୍ ଫେରିଥିଲେ। ଦ୍ୱିତୀୟ ଓ୍ଵିକେଟରେ ହିଟ୍ମ୍ୟାନ୍ ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲିଙ୍କ ୧୩୭ ରନ୍ ଭାଗିଦାରୀ ଦଳର ରନ୍କୁ ଏକ ମଜବୁତ୍ ସ୍ତରକୁ ନେଇଯାଇଥିଲେ। ୩୬.୪ ଓଭରରେ ଆଦାମ ଜାମ୍ପାଙ୍କ ବଲରେ ମିଚେଲ ଷ୍ଟାର୍କଙ୍କୁ କ୍ୟାଚ୍ ଦେଇ ରୋହିତ ଆଉଟ୍ ହୋଇଥିଲେ। ଭାରତୀୟ ଦଳର ବିଜୟ ସମୟରେ କ୍ରିଜରେ ଶ୍ରେୟସ ଆୟାର ୪୪ ରନ୍ କରି ଅପରାଜିତ ଥିବାବେଳେ ମନୀଷ ପାଣ୍ଡେ ମଧ୍ୟ ୮ରନ୍ କରି ଅପରାଜିତ ରହିଥିଲେ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵିକେଟ୍ ହରାଇ ୨୮୬ ରନ୍ କରିଥିଲା। ଏଥିରେ ଟିମ୍ର ଅଭିଜ୍ଞ ବ୍ୟାଟସ୍ମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ଶତକ (୧୩୧ ରନ୍) ଓ ମାର୍ନସ ଲବୁସାନେ(୫୪)ଙ୍କ ଅର୍ଦ୍ଧଶତକ ସାମିଲ ଥିଲା।
More Stories
ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୫୭ ସଂକ୍ରମିତ ଚିହ୍ନଟ
୨୧ ତାରିଖ ଇଡି ଅଫିସ ଘେରାଉ କରିବ କଂଗ୍ରେସ