July 27, 2024

Satya News

odia news channel

ସାଇବାବାଙ୍କ ଜନ୍ମଭୂମିକୁ ନେଇ ବିବାଦ

ମୁମ୍ବାଇ,୧୯/୧: ସାଇବାବାଙ୍କ ଜନ୍ମଭୂମିକୁ ନେଇ ବିବାଦ ବୃଦ୍ଧି ପାଇଛି। ଫଳରେ ରବିବାରଠାରୁ ଶିରିଡି ସାଇଙ୍କ ଦର୍ଶନ ବନ୍ଦ କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମଭୂମି ମହାରାଷ୍ଟ୍ରର ପଥରୀ ବୋଲି କହିବା ପରେ ଏହି ବିବାଦ ମୁଣ୍ଡ ଟେକିଛି। ଉଦ୍ଧବଙ୍କ ଏହି ମନ୍ତବ୍ୟ ପରେ ବିଜେପି ସାଂସଦ ସୁଦୟ ବିଖେ ପାଟିଲ ଆଇନଗତ ଲଢେଇ ପାଇଁ ଚେତାବନୀ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ଶିରିଡି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ସାଇଟ୍ରଷ୍ଟର ଜଣେ ସଦସ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯଦି ପଥରୀର ବିକାଶ ଚାହୁଁଛନ୍ତି, କିଛି ଅସୁବିଧା ନାହିଁ। କିନ୍ତୁ ପଥରୀକୁ ସାଇ ଜନ୍ମଭୂମି କହିବା ଠିକ ନୁହେଁ। ସୂଚନାଯୋଗ୍ୟ, ପରଚଣୀ ଜିଲ୍ଲାର ପଥରୀ ଶିରିଡିଠାରୁ ୨୭୫ କିମି ଦୂର। ଠାକରେ ଏବେ ପଥରୀକୁ ସାଇ ଜନ୍ମଭୂମି କହିବା ସହ ସେଠାକାର ବିକାଶ ପାଇଁ ଶହେ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। କିନ୍ତୁ ସାଇଙ୍କ ଜନ୍ମଭୂମି କୁନେଇ ଏଯାଏ କୌଣସି ପ୍ରମାଣ ମିଳିନାହିଁ।

Spread the love