February 17, 2025

ଦୁର୍ଘଟଣାରେ ସବାନା ଆଜମୀ ଆହତ

ମୁମ୍ବାଇ,୧୯/୧: ଅଶୀ ଦଶକର ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ସବାନା ଆଜମୀ ଶନିବାର ଅପରାହ୍ଣରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କୁ ନଭି ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ମୁତାବକ ସବାନାଙ୍କ କର୍ ଏକ ଟ୍ରକ୍ ସହ ଧକ୍କାହେବା ପରେ ଏହି ଦୁର୍ଘଟଣା ଘଟିଥିଲା। ଏହି କାରରେ ସବାନାଙ୍କ ସ୍ୱାମୀ ଜାଭେଦ ଅଖତାର ମଧ୍ୟ ବସିଥିଲେ। ପୋଲିସ ସୂତ୍ରରୁ ପ୍ରକାଶ, ମୁମ୍ବାଇରୁ ୬୦ କିମି ଦୂର ଖାଲପୁରଠାରେ ଅପରାହ୍ଣ ସାଢେ ତିନିଟାରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ସବାନାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ତେବେ ଜାଭେଦ ଅଖତାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି।

Spread the love