May 3, 2024

Satya News

odia news channel

ତୁଷାରପାତରେ ରାସ୍ତା ବନ୍ଦ: ପ୍ରସୂତିଙ୍କୁ ବୋହି ହସ୍ପିଟାଲ ନେଲେ ଯବାନ

ଦେବଦୂତ ସାଜିଲେ ଯବାନ 

ଶ୍ରୀନଗର: କଶ୍ମୀର ଉପତ୍ୟକାରେ ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତା ଅବରୋଧ ହୋଇଯାଇଥିବା ବେଳେ ସେନା ଯବାନମାନେ ଦେବଦୂତ ସାଜି ଜଣେ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ବୋହି ଚାରି ଘଣ୍ଟା ପରେ ହସ୍ପିଟାଲରେ ପହଞ୍ଚାଇଛନ୍ତି l ମହିଳା ଜଣକ ଏକ ଶିଶୁକୁ ଜନ୍ମ ଦେଇଛନ୍ତି l ମା’ଛୁଆ ସୁସ୍ଥ ଅଛନ୍ତି l

ଉତ୍ତର କଶ୍ମୀରର ବାରାମୁଲାସ୍ଥିତ ଦର୍ଦପୋରା ଗ୍ରାମର ଶମିମାଙ୍କ ମଙ୍ଗଳବାର ପ୍ରସବ ବେଦନା ହୋଇଥିଲା l ତୁଷାରପାତ ଯୋଗୁ ରାସ୍ତା ବନ୍ଦ ଥିବାରୁ ଘର ଲୋକେ ତାଙ୍କୁ ହସ୍ପିଟାଲକୁ ନେଇ ପାରି ନଥିଲେ l ଶତାଧିକ ଯବାନ ବିଯୁକ୍ତ ସାତ ଡିଗ୍ରୀ ସେଲସିଅସ ତାପମାତ୍ରାରେ ଶୀତକୁ ଖାତିର ନକରି ତାଙ୍କୁ ଷ୍ଟ୍ରେଚରରେ ବୋହି ଡାକ୍ତରଖାନାକୁ ନେଇଥିଲେ l ସେଠାରେ ସେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି l ସେନା ଦିବସରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି l ଯବାନଙ୍କ ଏହି ମହତ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଛି l ଚିନାର କର୍ପସ ଯବାନଙ୍କ ବୀରତ୍ୱ ଓ ମାନବିକତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରି ଟୁଇଟ କରିଛନ୍ତି l

Spread the love